ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୨୦/୦୫, ମହାମାରୀ କରୋନା ର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ସମେତ ଅନେକ ବ୍ୟକ୍ତିବିଶେଷଙ୍କ ତରଫରୁ ସହାୟତାରାଶି ପ୍ରଦାନ ପ୍ରତ୍ୟହ କିଛିନାକିଛି ଚାଲିଥିବାବେଳେ ଏପରିପେକ୍ଷୀରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ଲକ୍ଷ୍ମୀ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି କପେତ ପ୍ରଧାନ ଏବଂ ଗାଷ୍ଠୀର ସଂପାଦକ ଅନିମା ମହାପାତ୍ର ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠିକୁ ୧୧ହଜାର ୧୧ଶହ୧୧ଟଙ୍କା ମାତ୍ର ର ଏକ ଚେକ ଓ ଓଁ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ଡୁଙ୍ଗୁରିପାଲି ଙ୍କ ତରଫରୁ ସଭାନେତ୍ରୀ ନଳିନୀ ପ୍ରଧାନ ଏବଂ ସଂପାଦିକା ଚୁମକୀ ସା ୫ହଜାର ଟଙ୍କାର ଏକ ଚେକ ପ୍ରଧାନମନ୍ତ୍ରୀ କେୟର ପାଣ୍ଠିକୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମାଧ୍ୟମ ରେ ପ୍ରଦାନ କରିଛନ୍ତି । ଚେକ ପ୍ରଦାନ ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ସଦସ୍ୟ ସଦସ୍ୟା ଗଣ ଉପସ୍ଥିତ ଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment