ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ମେ ୩ ପର୍ଯ୍ୟନ୍ତ ଲକ୍ ଡାଉନ ।

ନୂଆଦିଲ୍ଲୀ,୧୪/୦୪-ଦେଶର ସୁରକ୍ଷା ଦୃଷ୍ଟିରୁ ଲକ୍ ଡାଉନ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ।ଏହାସହ ସେ କହିଛନ୍ତି ଦେଶବାସୀଙ୍କ ତପସ୍ୟା ଓ ତ୍ଯାଗ ପାଇଁ କିଛି ମାତ୍ରାରେ ସଫଳ ହୋଇଛି ।ଲକ୍ ଡାଉନ ସମୟରେ ଆପଣ ମାନେ ବହୁତ କଷ୍ଟ ପାଇଛନ୍ତି ।ଲୋକଙ୍କ ଖାଇବା ପିଇବା,ଯାତାୟତରେ ଅସୁବିଧା ହୋଇଛି ।ଏହାପରେ ମଧ୍ୟ ଦେଶବାସୀମାନେ ଲଢୁଆ ସିପାହୀଙ୍କ ଭଳି କରୋନା ସହ ଲଢେଇ କରିଛନ୍ତି ।ଦେଶର ଜନତା ଯେଭଳି ନିୟମ ପାଳନ କରିଛନ୍ତି ତାହ ପ୍ରେରଣାଦାୟୀ ।ଆଜି ସାରା ବିଶ୍ବ କରୋନା ସହ ଲଢେଇ କରିଛି କିନ୍ତୁ ଅନ୍ୟ ଦେଶ ତୁଳନାରେ ଭାରତର ପ୍ରୟାସ ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।କରୋନା ଲଢେଇରେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ବ୍ଯବହାର ଏବଂ ନିୟମିତ ବ୍ଯବଧାନରେ ହାତ ଧୋଇବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ଦେଶରେ ମେଡିସିନ୍ ଓ ରାସନ ପର୍ଯ୍ଯାପ୍ତ ପରିମାଣରେ ଗଛିତ ଅଛି ତେଣୁ ଧୈର୍ଯ୍ଯ ଧରନ୍ତୁ,ନିୟମ ମାନନ୍ତୁ ଆଉ କରୋନାକୁ ହରାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments (0)
Add Comment