ପୋଲସରା,୧୬/୧୧(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଶାଖା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଆଜି ପୋଲସରା ବ୍ରାହ୍ମଣ ସାହି କୋଠ ଘର ଠାରେ ଜାତୀୟ ସାମ୍ବାଦିକ ଦିବସ ଆଲୋଚନା ଚକ୍ର ସଙ୍ଘର ସଭାପତି ସୁବ୍ରତ ବେହେରାଙ୍କ ତତ୍ୱବୋଧନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାମ୍ପ୍ରତିକ ପରିସ୍ଥିତି ରେ ସମାଜରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସଙ୍ଘର ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଡ଼.ଜ୍ୟୋତିର୍ମୟ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ବୁଗୁଡା ମିଡିଆ କ୍ଲବର ଉପସଭାପତି ମନୋରଞ୍ଜନ ଦାସ, ସମାଜସେବୀ ବସନ୍ତ କୁମାର ଦଳେଇ ଏବଂ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ମଦନ ମୋହନ ପାଠାଗାର ସମ୍ପାଦକ ତ୍ରିଲୋଚନ ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ସଙ୍ଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୋଲସରା ଅଞ୍ଚଳର ଯୁବ ସାମ୍ବାଦିକ ଶିବରାମ ଗୌଡ଼, ରବୀନ୍ଦ୍ର ନାଥ ପ୍ରଧାନ, ମଣ୍ଟ ନାୟକ, ୩ ଜଣ ସାମ୍ବାଦିକ ସଂଘରେ ନୂତନ ସଦସ୍ୟ ଭାବେ ମିଶିଥିବା ଯୋଗୁ ସେମାନଙ୍କୁ ପୋଲସରା ସଙ୍ଘ ତରଫରୁ ସ୍ୱାଗତ କରାଯିବା ସହ ଉପଢୌକନ ରେ ଅତିଥିବୃନ୍ଦ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଯୁବ ସାମ୍ବାଦିକ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଅତ୍ରି ପଟ୍ଟନାୟକ ସଙ୍ଘ ତରଫରୁ ବୈଠକରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅତିଥି ବୃନ୍ଦଙ୍କ ସମେତ ସଙ୍ଘର ଅନ୍ୟ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଘର ଉପସଭାପତି ଅକ୍ଷାନ୍ତ କୁମାର ମିଶ୍ର, ସହ ସମ୍ପାଦକ ରତ୍ନାକର ଗୌଡ଼, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମହାରଣା, ରୋହିତ ପ୍ରଧାନ,ବସନ୍ତ କୁମାର ସାହୁ, ଜଗଦୀଶ ରାଉତ,ଟି.ଶରତ କୁମାର ସୁବୁଦ୍ଧି, ପ୍ରଗତିବନ୍ଧୁ ଦାସ, ବରିଷ୍ଠ ନାଗରିକ ରଘୁନାଥ ସାହୁ, ରାଜେନ୍ଦ୍ର ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)