ପୋଡ଼ଶୀଙ୍କ କଳି ମେଣ୍ଟାଇବାକୁ ଯାଇ ଗୁରୁତର ହେଲେ ବୃଦ୍ଧା ।

ବାଲିଆପାଳ,୨୨/୧୧:ପୋଡ଼ଶୀଙ୍କ କଳି ମେଂଟେଇବା କୁ ଯାଇ କୁରାଢ଼ୀ ଚୁଟରେ ଗୁରୁତର ହୋଇଛନ୍ତି ଜଣେ ୬୦ବର୍ଷର ବୃଦ୍ଧା । ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ପୋଲିସ ଅଟକ ରଖି ତଦନ୍ତ ଜାରୀ ରଖିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମର ହରିଶ ବେହେରାଙ୍କର ପରିବାର ମଧ୍ୟରେ। ପାରିବାରିକ ଝଗଡା ଉଗ୍ରରୂପ ଧାରଣ କରି ରାସ୍ତା ଉପରକୁ ଆସିବାରୁ ଗ୍ରାମବାସୀ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରିଥିଲେ । ଏହି ସମୟ ରେ ପୋଡଶୀ ବୃଦ୍ଧା ଯମୁନା ମଣି ଜେନା (୬୦) ଉଭୟ ଗଣ୍ଡଗୋଳ କରୀଙ୍କ ମଝିରେ ରହି ଗଣ୍ଡଗୋଳ ସମାଧାନ କରିବା ପାଇଁ ଚେଷ୍ଟାକରୁଥିବା ବେଳେ କୁରାଢ଼ୀ ବୃଦ୍ଧା ଯମୁନାମଣିଙ୍କ ମୁଣ୍ଡରେ ଵାଜିଥିଲା। ଫଳରେ ବୃଦ୍ଧା ଜଣକ ଗୁରୁତ୍ୱର ହୋଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଯମୁନାମଣି ଅତ୍ୟଧିକ ଗୁରୁତ୍ୱର ଥିବା ଦେଖି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ଖବର ଲେଖାଯିବା ବେଳକୁ ଯମୁନା ମଣିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ।ବାଲିଆପାଳ ପୋଲିସ ଆକ୍ରମଣ କାରୀ ହରିଶ ବେହେରାଙ୍କ ପୁଅ ବଳରାମ ବେହେରାକୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ।

Comments (0)
Add Comment