ପୋଖରୀ ତୁଠରେ ବେଆଇନ ନିଶା କାରବାର,ଚଢ଼ାଦରରେ ବିକ୍ରି ହେଉଛି ଦେଶୀ ମଦ ।

ଦିଗପହଣ୍ଡି,୦୭/୦୮; ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧିନସ୍ଥ ଡେଙ୍ଗାସ୍ତା ଠାରୁ ପଳାଶପୁର ଛକ ରାସ୍ତାର ସିଙ୍ଗିପୁର ଗାଁ ରେ ଥିବା କୁମୁଟି ଆଦର୍ଶ ବନ୍ଧ ତୁଠରେ ବେଆଇନ ଆଉ ଚଢାଦରରେ ଦେଶୀ ମଦ ପାଉଚ ବିକ୍ରୀ ହେଉଛି। ସେହିପରି ଡେଙ୍ଗାଓସ୍ତା ମୁଖ୍ୟ ଜାତୀୟ ରାଜରାସ୍ତା ଉପରେ ବିକ୍ରି ଚାଲିଛି। ଲକ ଡାଉନ ସଟ ଡାଉନରେ ନିଶା ବିକ୍ରୀ ଉପରେ କଡା କଟକଣା ରହିଛି। ହେଲେ ଏ ସବୁ ବ୍ୟତିକ୍ରମ ଦେଖାଦେଇଛି ବ୍ରହ୍ମପୁର ଅବକାରୀ ଡିଭିଜନରେ । ବେଧଡ଼କ ଆଉ ନିର୍ଭୟରେ କେମିତି ବିକ୍ରି ହେଉଛି ସେନେଇ ଏକ ଭିଡିଓ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଗୋଟିଏ ମଦ ପାଉଚ ୩୫ ରୁ ୪୦ ଟଙ୍କାରେ ଚଢ଼ା ଦରରେ ବିକ୍ରି ହେଉଛି। କଲା ବଜାରୀ ସେପୁଣି ରାଜସ୍ୱ ହାନୀ ହୋଇ ଚୋରା ଲୁଚା ଛପା ରେ ନୁହଁ ବରଂ ଦିବାଲୋକରେ ଚାଲିଛି। ଯାହା ଭାଇରାଲ ଭିଡ଼ିଓ ଦେଖିଲେ ଜାଣିହେବ ।

Comments (0)
Add Comment