ଉଲୁଣ୍ଡା,୦୧/୦୯(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବନ୍ୟା ପ୍ରଭାବିତ ହୋଇଥିବା ବିଭିନ ବନ୍ୟା ଅଂଚଳକୁ ଯାଇ ବୁଲି ଦେଖିଛନ୍ତି ପୂର୍ବତନ ସାଂସଦ କାଳିକେଶ ନାରାୟଣ ସିଂଦେଓ ।ପ୍ରଥମେ ବ୍ଲକର ନିମ୍ନା ଏବଂ ଦସରାଜପୁର ଯାଇ ବନ୍ୟାରେ ବୁଡି ରହିଥିବା ଜମି ବୁଲି ଦେଖିବା ସହ ପ୍ରଭାବିତ ଚାଷୀ ମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅଞ୍ଚଳର ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ବଡ ପ୍ୟାକେଜ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପରେ ସାଂସଦ ଦୀର୍ଘ ଚାରିଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ବ୍ଲକର ଲମତୋଲ ଗ୍ରାମକୁ ଡଙ୍ଗା ସାହାଯ୍ୟରେ ଯାଇ ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ଗ୍ରାମବାସୀ ମାନେ ରାସ୍ତାଘାଟ, ପାନୀୟଜଳ ସମସ୍ୟାର ସମାଧାନ,ଜମିପଟ୍ଟା ପ୍ରଦାନ ପାଇଁ ସାଂସଦଙ୍କ ଠାରେ ଅଭିଯୋଗ କରିଥିଲେ । ଏହିସବୁ ଅଭିଯୋଗକୁ ହୃଦୟଙ୍ଗମ କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନରେ ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା,ରାଜୁ ବିଶିଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ଉଲୁଣ୍ଡା ଅଞ୍ଚଳରେ ବହୁ ଚାଷ ଜମି ଜଳମଗ୍ନ ହୋଇଥିବାରୁ ଆଗାମୀ ଦିନରେ ବ୍ଲକ ପାଇଁ ବଡ଼ ପ୍ୟାକେଜ ପାଇଁ ସରକାରଙ୍କ ଠାରେ ଦାବି ରଖିବେ ବୋଲି ପୂବର୍ତନ ସାଂସଦ ଶ୍ରୀ ସିଂଦେଓ ପ୍ରତିଶୃତି ଦେଇଛନ୍ତି । ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।