ପୁଡାମାରୀ ଠାରେ ଘରକୁ ଘର ଯାଇ ପୁସ୍ତକ ବଣ୍ଟନ ।

ଦିଗପହଣ୍ଡି,୨୫/୦୪-ରାଜ୍ୟସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଲକ ଡାଉନ ସମୟରେ ସାନଖେମୁଣ୍ଡି ବ୍ଲକ ପୁଡାମାରୀ ଗାଁ ରେ ଘରକୁ  ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଭାବକ ମାନଙ୍କ ଘରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ଯୋଗାଇଦେଇଥିବା ଦେଖିବାକୁ ମିଳିଛି।ଏମିତି କି ସମ୍ପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ନିଜେ ରିକ୍ସା ଚଳାଇ ଏହି ପାଠ୍ୟ ପୁସ୍ତକ ବଣ୍ଟନ କରିବା  ଦେଖିବାକୁ ମିଳିଛି ।

Comments (0)
Add Comment