ପାତାଳ ସିଂ ଗ୍ରାମରେ ହତ୍ୟାକାଣ୍ଡ,ଅଭିଯୁକ୍ତ ଗିରଫ

ପୋଲସରା(ପିପିଟି ନ୍ଯୁଜ୍) ୨୫/୦୩-ପୋଲସରା ଥାନା ଅନ୍ତର୍ଗତ ପାତାଳ ସିଂ ଗ୍ରାମରେ ଜଣେ ବ୍ୟକ୍ତିକୁ ହତ୍ଯା କରା ଯାଇଥିବା ଜଣା ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ଅପରାହ୍ନ ପ୍ରାୟ ଦୁଇ ଘଣ୍ଟ ସମୟରେ ପୋଲସରା ବ୍ଳକ ର ପାଣ୍ଡିରିପଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତାଳ ସିଂ ଗ୍ରାମର ଅଭିମନ୍ୟୁ ବିଷୋୟି  ( ୪୫ ବର୍ଷ )ସେହି ଗ୍ରାମର ତଳ ସାହି ପ୍ରକାଶ ଗୌଡ ନିକଟକୁ ଯାଇଥିଲେ। ଅଭିମନ୍ୟୁ ଏବଂ ପ୍ରକାଶ  ପ୍ରକାଶ ଗୌଡ ଘର ସମ୍ମୁଖରେ କଥା ହେଉଥିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ପ୍ରକାଶ ଉତ୍ୟକ୍ତ ହୋଇ ଘରକୁ ଯାଇ ଗୋଟିଏ କାତି ଆଣି ଅଭିମନ୍ୟୁ ର ବେକ ଓ ମୁହଁ କୁ ହାଣି ଦେଇଥିଲା।ଫଳରେ ଅଭିମନ୍ୟୁ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କାରି ପ୍ରକାଶ କୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ରେ ବ୍ୟବହୃତ କାତି କୁ ଜବତ କରିବା ସହ କେସ୍ ନଂ ୬୨/୨୦ରେ ମାମଲା ରୁଜୁ କରିଛନ୍ତି । ଏଥି ସହିତ ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲକୁ ପଠାଇ ଦିଆଯାଇଛି ।ଅଭିଯୁକ୍ତ ପ୍ରକାଶକୁ ଆଜି କୋର୍ଟ ଚାଲାଣ କରାଯିବ ।


Comments (0)
Add Comment