ପାଇକମାଲକୁ ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ ।

ପାଇକମାଲ,ତା-୨୧/୦୬(ପିପିଟି) ପାଇକମାଲ ଅଞ୍ଚଳରୁ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ସଂକ୍ରମଣକୁ ରୋକିବା ପାଇଁ ଆଜି ସନ୍ଧ୍ୟା ପାଞ୍ଚଟା ସମୟରୁ ଆସନ୍ତା ୨୪ ତାରିଖ ସନ୍ଧ୍ୟା ପାଞ୍ଚଟା ପର୍ଯନ୍ତ ପାଇକମାଲକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ । ଏହି ସଟଡାଉନ ସମୟରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ସଟଡାଉନ ପରେ ଉପଜିଲ୍ଲାପାଳ ଦରୁଆନ , ତହସିଲଦାର ମନୋଜ କୁମାର ମେହେର , ଡିଏସପି   ଦିନେଶ ନାୟକ ,ବିଡିଓ ସୁରେନ୍ଦ୍ର ମେହେର ,ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ,ଏବିଡିଓ ଭୀଷ୍ମ ମାଝୀ ପ୍ରମୁଖ ପାଇକମାଲର ବିଭିନ୍ନ ସ୍ଥାନ ବୁଲି ସ୍ଥିତର ସମୀକ୍ଷା କରିବା ସହିତ ସଟଡାଉନ ସମୟରେ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment