ପରଲୋକରେ ବଲିଉଡର ଦୁଇ ଭେଟେରାନ୍ ଅଭିନେତା ଋଷି କପୁର ଓ ଇରଫାନ ଖାନ : ମୁମ୍ବାଇର ଘରୋଇ ଡାକ୍ତରଖାନାରେ ଦେହାନ୍ତ ।

ମୁମ୍ବାଇ,୩୦/୦୪-୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର । କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ୍ ସେମିତି ଜଣେ ପ୍ରତିଭା ଥିଲେ ବଲିଉଡ୍ ଅଭିନେତା ଋଷି କପୁର ।ଋଷି କପୁରଙ୍କ ବଡ଼ ଭାଇ ରଣଧୀର କପୁର କହିଛନ୍ତି, ଋଷିଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ।ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତବର୍ଷ ସେପଟେମ୍ବରରେ ଭାରତ ଫେରିଥିଲେ । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬୭ ବର୍ଷୀୟ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ସହ ଶ୍ୱାସକ୍ରିୟା ଜନିତ ଅସୁବିଧାର ଭୋଗୁଥିଲେ । ୨୦୧୮ରେ ଋଷି କପୁରଙ୍କୁ କର୍କଟ ରୋଗ ହୋଇଥିଲା । ଏହା ପରେ ତାଙ୍କୁ ନ୍ୟୁୟର୍କ ୮ ମାସ ଚିକିତ୍ସା କରାଯାଇଥିଲା ।ଏପ୍ରିଲ୍ ୨୯ ତାରିଖରେ ଅଭିନେତା ଇରଫାନ  ଖାନଙ୍କ ମଧ୍ୟ ଦେହାନ୍ତ ହୋଇଯାଇଛି  ।

Comments (0)
Add Comment