ପଞ୍ଚଶଖା ସମ୍ମୁଖରେ ମଦମୁକ୍ତ ଯୁବ ବାହିନୀ ପକ୍ଷରୁ ଜନ ସଚେତନତା ବାର୍ତ୍ତା ଓ ପ୍ରତିବାଦସଭା।

ବୋଲଗଡ଼,୨୨/୧୧(ପିପିଟି) :ସରକାର ଯେଉଁ ବିକାଶର ନାଁ ରେ ପ୍ରତ୍ୟେକ ଗଳିକନ୍ଦିରେ ମଦ ଭାଟି ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,ସେ କ’ଣ ବିକାଶର ମାନଚିତ୍ର ମଦ୍ୟପାନ କରି କିଏ ଗାଡ଼ି ଧକ୍କା କଲାଣି ତ,ଆଉ କେଉଁଠି ମାନବିକତା ହରାଇ ମରଣାତ୍ମକ ଆକ୍ରମଣର ସ୍ବୀକାର ହେଲେଣି, ମାଁ କୁ ପୁଅ ପଚାରୁନି ଏହି ଭଳି ସମସ୍ୟା ସରକାରଙ୍କ ମଦ ଭାଟିର ଅପାରଗତା କାରଣରୁ ଆକ୍ଷେପ ପ୍ରତିବାଦରେ ଏକ ସ୍ବତନ୍ତ୍ର ସମାବେଶର ଆୟୋଜନ ହୋଇଛି ଖୋର୍ଦ୍ଧା ଜିଲ୍ଲା ଗଡ଼ଖୋର୍ଦ୍ଧା ଠାରେ ଜାତୀୟ ରାଜପଥ କଡରେ ଥିବା ପଞ୍ଚଶଖା ମୂର୍ତ୍ତି ସମ୍ମୁଖରେ ମଦମୁକ୍ତ ଯୁବ ବାହିନୀ ପକ୍ଷରୁ ଓଡିଶାକୁ ମଦମୁକ୍ତ କରିବା ପାଇଁ ଏକ ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ସେହିଠାରୁ ଖୋର୍ଦ୍ଧା ସହରରେ ପ୍ଲା କାଡଧରି ପଦ ଯାତ୍ରା କରି ସଂଦେଶକୁ ପଠାଇବେ ମଦମୁକ୍ତ ବାହିନୀର ସକ୍ରିୟ ସଦସ୍ୟ ମାନେ ମତ ବ୍ୟକ୍ତ କରିଛନ୍ତି। କେବେ ସରକାର ନିଜସ୍ବ ଦଳର ସ୍ବାର୍ଥକତା ପାଇଁ ଅର୍ଥ ଉପାର୍ଜନରୁ ବାହାରି ଯଦି ଏଭଳି ଅମାନୁଷିକ ଅର୍ଥ ଉପାର୍ଜନ ପ୍ରକିୟାରୁ ଦୁରିଭୁତ ନହେବେ,ତେବେ ଏଭଳି ସମାଜର କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଇ ଅନ୍ୟ ପକ୍ଷରେ ଜନସାଧାରଣ ଏବଂ ବହୁ ବୁଦ୍ଧିଜୀବୀ ମାନେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment