ନୋଡାଲ ଅଫିସର ସୁଶିଲ କୁମାର ଲୋହାନୀଙ୍କ ପଦ୍ମପୁର ଗସ୍ତ ।

ପଦ୍ମପୁର,(ପିପିଟି)୦୪/୦୫ , କୋଭିଡ-୧୯ ସଂକ୍ରାନ୍ତ୍ରୀୟ ତଦାରଖ ପାଇଁ ବରଗଡ ଜିଲ୍ଲା ନିମନ୍ତେ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତିପ୍ରାପ୍ତ ନୋଡାଲ ଅଫିସର ସୁଶିଲ କୁମାର ଲୋହାନୀ ଆଜି ପଦ୍ମପୁର ଗସ୍ତରେ ଆସି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ପଚାରି ବୁଝିଥିଲେ ।ପଦ୍ମପୁର ସହରାଂଚଳ ମଧ୍ୟରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ରାଜାଜୀ ଟାଉନହଲ ପରିଦର୍ଶନ କରିବା ସହିତ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ ।ତତକ୍ଷଣାତ୍ ରାଜ ବୋଡାସମ୍ବର ବ୍ଲକ ଅଧିନସ୍ଥ କନସିଂହା,ବରିହାପାଲି ଏବଂ ଟାଲ ପଞ୍ଚାୟତ ରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ମାନ ବୁଲିଦେଖିବା ସହିତ ସ୍ଥାନୀୟ ସରପଞ୍ଚ ମାନଙ୍କୁ ଓ କାର୍ଯ୍ୟରତ ନୋଡାଲ ଅଫିସରଙ୍କ ଠାରୁ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।ଶ୍ରୀ ଲୋହାନୀଙ୍କ ଗସ୍ତ ସମୟ ରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ,ରାଜବୋଡାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା,ସହକାରୀ ଯନ୍ତ୍ରୀ ଟିକେଚାନ୍ କାଲୋ,ଏ.ବି.ଡି.ଓ  ସୋନୁ ବାଗ,ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଜୟନ୍ତ ସାହୁ,ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁ ପ୍ରସାଦ ହରପାଲ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment