ନିଜସ୍ୱ ଜ୍ଞାନ କୌଶଳରେ ଉପାନ୍ତ ଅଞ୍ଚଳର ଇଂଜିନିୟରିଂ ଛାତ୍ର ତିଆରି କରିଛନ୍ତି ଅଟୋମାଟିକ ହ୍ୟାଣ୍ଡ ସେନିଟାଇଜର ମେସିନ।

ରାୟଗଡା,୨୯/୦୭(ପିପିଟି);ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ବିସମକଟକ ବ୍ଲକରେ କନିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟରତ ପି. ସୁଧାକର ରାଓଙ୍କ ସୁପୁତ୍ର ମାତ୍ର ୮ ଦିନରେ ୨ଟି ହ୍ୟାଣ୍ଡ ସେନିଟାଇଜର ତିଆରି କରିଛନ୍ତି।ଇଂଜିନିୟରିଂ ଛାତ୍ର ପି .ସିରିଡିନାଥ ଗୁଣୁପୁର ଗାନ୍ଧୀ ଇଂଜିନିୟରିଂ କଲେଜରେ ପଢୁଛନ୍ତି ।ଲୋକଡାଉନ ଯୋଗୁଁ ସ୍କୁଲ କଲେଜ ବନ୍ଦ ଥିବାରୁ ଘରେ ବସି ବୋର ହେଉଥିଲେ । ତାଙ୍କ ମୁଣ୍ଡକୁ କଣ ଆସିଲା କେଜାଣି, ନିଜ ପକେଟ ଖର୍ଚ୍ଚରୁ ଏବଂ ବାପାଙ୍କ ଆର୍ଥିକ ସହଯୋଗରେ ସାମଗ୍ରୀ କିଣି ପ୍ରଥମ ପର୍ଯ୍ୟାୟରେ ୨ ଟି ମେସିନ ନିର୍ମାଣ କଲେ। ମେସିନରେ ଲାଗିଥିବା ସେନସରକୁ ହାତ ଦେଖାଇଲେ ମାତ୍ର ୨ ସେକେଣ୍ଡରେ ବାହାରୁଛି ସେନିଟାଇଜର। ମେସିନ ନିର୍ମାଣରେ ଗୋଟିଏ ସେନସର, ଟ୍ରାନଜିଷ୍ଟର,୧.୫ ଭଲଟ ପାଣିପମ୍ପ,ଡାଟା କେବୁଲ ଓ ସେନିଟାଇଜର ଲାଗିଛି । ଏଥି ସହ କରନା ମହାମାରୀ କୁ ନେଇ ସଚେତନ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ବାର୍ତ୍ତାକୁ ଏହା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ।ତାଙ୍କର ଏହି ଉଦ୍ୟମକୁ ସବୁ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି। ଏହି ଦୁଇଟି ମେସିନରୁ ଗୋଟିଏ ନିଜ ଘରେ ଏବଂ ଅନ୍ୟଟି ବ୍ଲକ କାର୍ଯ୍ୟାଳୟରେ ଲଗାଇଛନ୍ତି। ସେ କହିଛନ୍ତି ଯଦି ତାଙ୍କୁ ଆର୍ଥିକ ପ୍ରଛାହନ ମିଳେ ତେବେ ଜିଲ୍ଲାର ସବୁ କୋବିଡ଼ କେନ୍ଦ୍ରରେ ଲଗାଇବା ନିମନ୍ତେ ଚେଷ୍ଟା କରିବେ। ତେବେ ଆଗକୁ ସମ୍ପୂର୍ଣ୍ଣ ଶରୀର ସେନିଟାଇଜ କରିବା ନିମନ୍ତେ ମେସିନର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ପି.ସିରିଡିନାଥ।

ରିପୋର୍ଟ – ନବୀନ ନାୟକ ବେହେରା ।

Comments (0)
Add Comment