ଦ୍ୱିତୀୟ ପର୍ଯ୍ୟାୟ ରେ ୧୦ଟି ପଞ୍ଚାୟତରେ ବିଧାୟକଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ ।

ବେଲଗୁଣ୍ଠା,୧୭/୧୨(ପିପିଟି): ବେଲଗୁଣ୍ଠା ବ୍ଲକ ର ୧୦ ଟି ଗ୍ରାମପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୁଷଣ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ , ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ,ସୋରଡ଼ା ଯୁବ ବିଜେଡ଼ି ସଭାପତି ତଥା ପ୍ରେସ କ୍ଲବ ସଭାପତି ରାଜେଶ କୁମାର ସାହୁ,ବ୍ଲକ ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା, ତନରଡ଼ା ସରପଞ୍ଚ ଅନିଲ କୁମାର ପାଠୀ, ଅମ୍ବାପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ସମିତି ସଭ୍ୟ ରଞ୍ଜନ ଖଣ୍ଡୁଆଳ, ନେଟଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼, ବେଣୀପୋଲି ସମିତି ସଭ୍ୟ ଦୁର୍ଗାମାଧବ ନାୟକ, ଇଙ୍ଗିନାଠିର ତ୍ରିନାଥ ଗୋଛାୟତ, ଉପସ୍ଥିତ ଥିଲେ । ବ୍ଲକର ବେଣୀପଲ୍ଲୀ, ନେଟଙ୍ଗା,ଇଙ୍ଗିନାଠି, ନୂଆଗାଁ, ଧୂମୁଛାଇ, ତନରଡ଼ା, ଉଧୁରା, ଅମ୍ବାପୁଆ, ବଙ୍କା, ମଙ୍ଗଳପୁର ଦଶଟି ପଂଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ର ଶୁଭାରମ୍ଭ ହୋଇଥିଲା । ମଙ୍ଗଳପୁର ଠାରେ ଏକ ବିଜେଡି କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ବିଜୁପ୍ରେମୀ ଉପସ୍ଥିତ ଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment