ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୭୮,୩୫୭; ୨୪ ଘଣ୍ଟାରେ ସୁସ୍ଥ ୬୨,୦୨୬ ଏବଂ ମୃତ ସଂଖ୍ୟା ୧୦୪୫ ।

ନୂଆଦିଲ୍ଲୀ,୦୨/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୮,୩୫୭ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୨,୦୨୬ ଏବଂ ୧୦୪୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୭୬୯,୫୨୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬,୩୩୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୯୦୧,୯୦୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୮,୦୮,୩୦୬ ଆକ୍ରାନ୍ତ , ୫,୮୪,୫୩୭ ସୁସ୍ଥ ଏବଂ ୨୪,୯୦୩ ମୃତ । ଆନ୍ଧ୍ରପ୍ରଦେଶରେ ୪,୪୫,୯୬୯ ଆକ୍ରାନ୍ତ, ୩,୩୯,୮୭୬ ସୁସ୍ଥ ଏବଂ ୪,୦୫୩ ମୃତ । ତାମିଲନାଡୁରେ ୪,୩୩,୯୬୯ ଆକ୍ରାନ୍ତ, ୩,୭୪,୧୭୨ ସୁସ୍ଥ ଏବଂ ୭,୪୧୮ ମୃତ । କର୍ଣ୍ଣାଟକରେ ୩,୫୧,୪୮୧ ଆକ୍ରାନ୍ତ,୨,୫୪,୬୨୬ ସୁସ୍ଥ ଏବଂ ୫,୮୩୭ ମୃତ । ଉତ୍ତରପ୍ରଦେଶ ୨,୩୫,୭୫୭, ଆକ୍ରାନ୍ତ,୧,୭୬,୬୭୭ ସୁସ୍ଥ ଏବଂ ୩,୫୪୨ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Comments (0)
Add Comment