ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୨,୫୦୯; ୨୪ ଘଣ୍ଟାରେ ସୁସ୍ଥ ୫୧,୭୦୬ ଏବଂ ମୃତ ସଂଖ୍ୟା ୮୫୭ ।

ନୂଆଦିଲ୍ଲୀ,୦୫/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳ ସୁଦ୍ଧା ନୂତନ ଆକ୍ରାନ୍ତ ୫୨,୫୦୯ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୧,୭୦୬ ଏବଂ ୮୫୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୯୦୮,୨୫୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯,୭୯୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୨୮୨,୨୧୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୫୭,୯୫୬ ଆକ୍ରାନ୍ତ,୨,୯୯,୩୫୬ ସୁସ୍ଥ ଏବଂ ୧୬,୧୪୨ ମୃତ । ତାମିଲନାଡୁରେ ୨,୬୮,୨୮୫ ଆକ୍ରାନ୍ତ, ୨,୦୮,୭୮୪ ସୁସ୍ଥ ଏବଂ ୪,୩୪୯ ମୃତ । ଆନ୍ଧ୍ରପ୍ରଦେଶରେ ୧,୭୬,୩୩୩ ଆକ୍ରାନ୍ତ, ୯୫,୬୨୫ ସୁସ୍ଥ ଏବଂ ୧,୬୦୪ ମୃତ । କର୍ଣ୍ଣାଟକରେ ୧,୪୫,୮୩୦ ଆକ୍ରାନ୍ତ,୬୯,୨୭୨ ସୁସ୍ଥ ଏବଂ ୨,୭୦୪ ମୃତ । ନୂଆଦିଲ୍ଲୀରେ ୧,୩୯,୧୫୬ ଆକ୍ରାନ୍ତ,୧,୨୫,୨୨୬ ସୁସ୍ଥ ଏବଂ ୪,୦୩୩ ମୃତ । ଉତ୍ତରପ୍ରଦେଶ ରେ ୧,୦୦,୩୦୧ ଆକ୍ରାନ୍ତ,୫୭,୨୭୧ ସୁସ୍ଥ ଏବଂ ୧,୮୧୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Comments (0)
Add Comment