ଦିଗପହଣ୍ଡି ଜନତାଲେନ ସ୍ଥିତ ଏକ ଦୋକାନର ଲୁହା ଗ୍ରୀଲ ତାଡି ଲୁଟ,ଚୋରିର ସିସିଟିଭି ଭିଡିଓ ଭାଇରାଲ ।

ଦିଗପହଣ୍ଡି,୦୩/୦୨(ପିପିଟି): ଦିଗପହଣ୍ଡି ଜନତା ଲେନ ସ୍ଥିତ ଏକ ହାଡ଼ୱେର ଦୋକାନରୁ ଚୋରି ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ଦୋକାନ ମାଲିକ ସକାଳୁ ଦୋକାନ ଖୋଲି ଏଣେତେଣେ ସବୁ ପଡିଥିବା ଦେଖି ସିସିଟିଭିରୁ ଭିଡିଓ ବାହାରକରି ଦେଖିଲା ବେଳକୁ ସେ ନିଜେ ତାଯୁବ ହୋଇଯାଇଥିଲେ ଆଉ ଥାନା ପୋଲିସକୁ ସୂଚନା ଦେଇଥିଲେ। ଦିଗପହଣ୍ଡି ସହରର ୨୪ଘଣ୍ଟିଆ ଜନବହୁଳ ଗଳି ରାସ୍ତା ହେଉଛି ଜନତା ଲେନ ହେଲେ ଏହି ଗହଳି ଚହଳି ରାସ୍ତାରୁ ମଧ୍ୟ କିଭଳି ନିର୍ଭୟରେ ଡକାୟତ ଦଳ ଟିମ ୱାର୍କ ଭାବେ କାମ କରୁଛନ୍ତି ଆଉ ଲୁହା ଗ୍ରୀଲ ତାଡି ଚୋରି କରୁଛନ୍ତି ଟିକେ ଭଲ ଭାବେ ଦେଖନ୍ତୁ ଏହି ଭିଡ଼ିଓକୁ ଯାହା ସିସିଟିଭିରେ କଏଦ ହୋଇଛି। ୩ଜଣ ଦୁର୍ବୃତ୍ତ ହେଲମେଟ ଓ ଗ୍ଲୋବସ ଲଗାଇ ରାସ୍ତାରେ ଦୁଇଜଣ ଛକି ଲୋକଙ୍କ ଯିବା ଆସିବା ଦେଖୁଥିବା ବେଳେ ଅନ୍ୟଜଣେ ଦୋକାନ ଗ୍ରୀଲ ଭାଙ୍ଗୁଛନ୍ତି। ଏହେଉଛି ଗଂଜାମ ଜିଲା ଦିଗପହଣ୍ଡି ଜନତା ଲେନ୍‌ ଦେଖନ୍ତୁ ରାତି ପ୍ରାୟ ୧୨ ଟା ସମୟରେ କେମିତି ୩ ଜଣ
ଚୋର ହେଲ୍‌ମେଟ୍‌ ପରିଧାନ କରି ନିର୍ଭୟରେ ଗ୍ରୀଲ୍‌ କବାଟ
ଭାଙ୍ଗୁଛନ୍ତି । ଏହି ଦୃଶ୍ୟ ଦିଗପହଣ୍ଡି ରେ ପୋଲିସି ପକ୍ଷରୁ ପଇଁତରାର ଅଭାବତାକୁ ବୁଝାଉଥିବା ସ୍ପଷ୍ଟ ବାରିହୋଇପଡ଼ୁଛି ବୋଲି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ଏକ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

Comments (0)
Add Comment