ଦିଗପହଣ୍ଡି ଏନ୍ଏସି ରେ ସଫା କାର୍ଯ୍ୟରେ ଅବହେଳା ।

ଦିଗପହଣ୍ଡି,୦୨/୦୬ ,ବିଶ୍ୱରେ ଘେରି ରହିଥିବା କରୋନା ମହାମାରୀ ସହ ଲଢ଼ିବାକୁ ହେଲେ ପ୍ରଥମେ ନିଜକୁ ସଫା ରଖିବା ସହ ଆଖପାଖ ଅଞ୍ଚଳକୁ ସଫା ରଖିବାକୁ ହେବ। ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍‌ଏସି ର ନଂ୧ ୱାର୍ଡ ସଫା ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲୋକମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏହାର ସମାଧାନ ହେଉନାହିଁ। ନାଳନର୍ଦମା ସଫେଇ ପାଇଁ ବିଲକୁଲ ଦୃଷ୍ଟି ଦେଉନାହାନ୍ତି ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ। ଏମିତି ଆଉ କେତେ ଦିନ ଲୋକମାନଙ୍କୁ  ଅସୁବିଧାରେ ରହିବାକୁ ପଡିବ ନା ଏଥିପ୍ରତି କର୍ତ୍ତୃପକ୍ଷଙ୍କ ଏହା ପ୍ରତି ନଜର ପଡିବ ତାହା ଦେଖିବାକୁ ବାକି ରହିଲା।
ଦିଗପହଣ୍ଡି :(ସାଇଦୀପ ପୂଜାରୀ)

Comments (0)
Add Comment