ଦଶ ଫୁଟ ଲମ୍ବର ବିଷ ଧର କିଙ୍ଗକୋବ୍ରା ଉଦ୍ଧାର ।

ସାନଖେମୁଣ୍ଡି,୦୯/୦୭(ପିପିଟି); ଲକ୍ ଡାଉନ ଓ ସଟଡାଉନ ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଆଜି ୧୦ ଫୁଟ ଲମ୍ବର ଏକ କିଙ୍ଗ କୋବ୍ରା ସାପକୁ ଏକ ଗ୍ରାମରୁ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସଂଢେପ ଗ୍ରାମରେ ସାପଟି ଖାଦ୍ୟ ସନ୍ଧାନରେ ପ୍ରବେଶ କରିଥିଲା । ଗ୍ରାମର କିଛି ଯୁବକ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସୂଚନା ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶୁଭମ କୁମାର ସାହୁ ଏବଂ ତାଙ୍କ ସହଯୋଗୀ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ଏବଂ ପରେ ପାଟପୁର ଭରପ୍ରାପ୍ତ ଥାନା ଅଧିକାରୀ ଅଜୟ ବାରିକ ଏବଂ ଫରେଷ୍ଟ ରେଞ୍ଜରଙ୍କୁ ଅବଗତ କରାଇ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଛାଡ଼ିଥିଲେ । କରୋନା ଯୋଦ୍ଧା ଭଳି ଲୋକ ମାନଙ୍କ ଅସମୟର ବନ୍ଧୁ ସାଜି ଦିନ ରାତି ଯେତେବେଳେ ବି ଡାକିଲେ ଲୋକ ମାନଙ୍କ ସେବାରେ ନିୟୋଜିତ ଥାନ୍ତି ଶୁଭମ । ତାଙ୍କର ଏଭଳି ମାନବିକତା ଦେଖି ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି ।
ରିପୋର୍ଟ – ଆରତ କୁମାର ହୋତା ।

Comments (0)
Add Comment