ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳମାନଙ୍କ ବିକ୍ଷୋଭ ।

ଭୁବନେଶ୍ୱର,୩୦/୦୬(ପିପିଟି);  ଦେଶରେ ପ୍ରାୟ ଏକ ମାସ ଧରି ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ବୃଦ୍ଧି ଘଟୁଛି । ଏହି ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ସିଧାସଳଖ  ସାଧାରଣ, ଗରିବ ଓ ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି । ଫଳରେ ଲୋକମାନକୁଁ ସେମାନଙ୍କ ର ଅତ୍ୟାବଶ୍ୟକ ସାମଗ୍ରୀ  ଚଢା ଦର ଦେଇ କିଣିବାକୁ ପଡୁଛି । ଯାହାର ପ୍ରତିବାଦ ଆଜି ସାରା ରାଜ୍ୟରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ସଂଗଠିତ ହୋଇଯାଇଛି l ଆଜି ସିପିଆଇ, ସିପିଏମ, ସିପିଆଇ ଏମ ଏଲ (ଲିବରେସନ ) ଓ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର  ଶତାଧିକ କର୍ମୀ  ରାଜଧାନୀର ମାଷ୍ଟ୍ରକ୍ୟାଣ୍ଟିନ ଛକ ଠାରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ।  ସିପିଆଇ ପକ୍ଷରୁ ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ସୁର ଜେନା,  ସିପିଆଇ( ଏମ) ର ଜନାର୍ଦ୍ଦନ ପତି ,ସୁରେଶ ପାଣିଗ୍ରାହୀ , ଜଗନ୍ନାଥ ମିଶ୍ର , ଫରୱାର୍ଡ଼ ବ୍ଲକ ର ପୂର୍ଣଚନ୍ଦ୍ର ପାଢ଼ୀ ,ଜ୍ୟୋତି ରଞ୍ଜନ ମହାପାତ୍ର ସିପିଆଇ ଏମଏଲ ( ଲିବରସନ) ର ଯୁଧିଷ୍ଠିର ମହାପାତ୍ର,  ରାଧାକାନ୍ତ ସେଠି  ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ  ଦ୍ଵାରା ହୋଇଥିବା ବେଲଗାମ  ତୈଳ ଦରବୃଦ୍ଧି ହ୍ରାସ କରିବା ସହିତ କର୍ପୋରେଟ ସପକ୍ଷରେ ନୀତିହୀନ ଭାବରେ କାର୍ଯ୍ୟକରୁଥିବା  କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଇସ୍ତଫା ଦାବି କରିଥିଲେ । ଉଭୟ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତୈଳଦର ହ୍ରାସ କରିବା  ଦିଗରେ କିଛି  ଆଖିଦୃଶିଆ ପଦକ୍ଷେପ ନିଆ ନ ଯାଏ ତା ହେଲେ ଆଗାମୀ ଦିନରେ ସାରା ଭାରତ ବର୍ଷରେ ସାଧାରଣ ଜନତା ଏହାର ପ୍ରତିବାଦ କରିବା ସହ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ବିକ୍ଷୋଭକାରୀ ନେତାମାନେ ନିଜ ବକ୍ତବ୍ୟରେ ଚେତାବନୀ ଜଣାଇଛନ୍ତି l

Comments (0)
Add Comment