ତୁମେହିଁ ପ୍ରକୃତ କରୋନା ଯୋଦ୍ଧା – ବିଧାୟିକା ।

କୋଦଳା,(ପିପିଟି)୦୧/୦୫ -ଗୁରୁବାର କୋଦଳା କଲ୍ୟାଣ ମଣ୍ଡପ ପରିସର ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ସଫେଇ କର୍ମଚାରୀଙ୍କୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଉପସ୍ଥିତି ରେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ସେମାନଙ୍କୁ ଉତ୍ତରୀୟ ଓ ଟଙ୍କା ମାଳ ପ୍ରଦାନ କରିଥିଲେ ।ଏହି ଅବସର ରେ ସେ ସଫେଇ କର୍ମଚାରୀଙ୍କ ପାଇଁ ଆଜି ଆମେ ଗର୍ବ ଅନୁଭବ କରୁଛୁ ।ଆପଣ ମାନେ ହେଉଛନ୍ତି ଏହି ଘଡିସନ୍ଧି ମୁହୂର୍ତ୍ତ ର “କିଲ୍ଲର କରୋନା” ର ପ୍ରକୃତ ହିରୋ ବୋଲି ସମ୍ବୋଧନ କରିଥିଲେ ।ଆପଣ ମାନଙ୍କ ପାଇଁ ଆମ୍ଭେ ଗର୍ବିତ । ନିଜ ପରିବାର ର ସୁରକ୍ଷାକୁ ପଛରେ ପକାଇ ସାଧାରଣ ଜନତାଙ୍କ ସେବା କରିବା ସହିତ ସମସ୍ତ ୱାର୍ଡ ସଫେଇ କରି ନିଜକୁ ମହାନ କରିଛନ୍ତି ।ଏଥି ସହିତ କନିଷ୍ଠଯନ୍ତ୍ରୀ , ସ୍ଵଚ୍ଛସାଥି , ସ୍ଵଚ୍ଛତା ବିଶେଷଜ୍ଞ ,ସୁପରଭାଇଜର ଓ ସମସ୍ତ କର୍ମଚାରୀଙ୍କୁ ଲୋକଙ୍କ ସେବାରେ ନିଜକୁ ସାମିଲ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।କିନ୍ତୁ ନିର୍ବାହୀ ଅଧିକାରୀ ଦୁଇ ଦୁଇଟି ଏନଏସି ଦାୟୀତ୍ବରେ ଥାଇ ସୁଦ୍ଧା କୋଦଳା ଜନସାଧାରଣଙ୍କ ପ୍ରତି ଅବଦାନକୁ ସନ୍ତୋଷ ବ୍ୟକ୍ତ କରିବା ସହିତ ଦଳମତ ନିର୍ବିଶେଷ ରେ ଗରିବ ଅସହାୟ , ନିରାଶ୍ରୟା ଓ ଭିକ୍ଷ୍ଯୁ ଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

Comments (0)
Add Comment