ଢେଙ୍କାନାଳରେ ରଥ କାଠ ପୂଜା କରାଯାଇଛି ।

ଢେଙ୍କାନାଳ,ପିପିଟି ନ୍ଯୁଜ୍)୨୭/୦୪- ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ପ୍ରଭୂ ଜଗନ୍ନାଥଙ୍କର ରଥ କାଠ ପୂଜା ହୋଇଥିବା ବେଳେ,ଢେଙ୍କାନାଳରେ ମଧ୍ୟ ଏହି ପରମ୍ପରା ଅନୁସୃତ ହୋଇ ରଥର ଅକ୍ଷୟ ପୂଜା ବିଧି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ସିଦ୍ଧବଳରାମଙ୍କର ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ରଥଗଢା ସ୍ଥିତ ରଥ ଖଳାରେ ଅଖ ପୂଜା କରାଯାଇଥିଲା ।ଏହି ପୂଜା ଅର୍ଚ୍ଚନା ସମୟରେ ପୂଜା ପଣ୍ଡା ମଳୟ କର,ଅନ୍ଯାନ୍ୟ ସେବକ ଓ ଦେବୋତ୍ତର ନିରୀକ୍ଷକ ପ୍ରଦ୍ଯୁମ୍ନ କୁମାର ତ୍ରିପାଠୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ – ଶୁଭମ୍ ପାଣି ।

Comments (0)
Add Comment