ଝାରବନ୍ଧ ବ୍ୟବସାୟୀ ମାନଙ୍କ ସହ ପଦ୍ମପୁର ଉପ ଜ଼ିଲ୍ଲାପାଳଙ୍କ ଆଲୋଚନା ।

ପଦ୍ମପୁର,(ପିପିଟି)୧୪/୦୬, ଝାରବନ୍ଧ ବ୍ଲକ ଅଫିସ  ସଭାଗୃହ ଠାରେ କରୋନା ମୁକାବିଲା ପାଇଁ ପଦ୍ମପୁର ଉପଜ଼ିଲ୍ଲା ତନ୍ମୟ କୁମାର ଦରୱାନ, ବିଡିଓ ରୁନୁ ଲାକ୍ରା, ଆଇଆଇସି ଠାକୁର ଦାସ ମୁର୍ମୁ, ସିଡିପିଓ ସନ୍ଧ୍ୟାରାଣୀ ନେପାକ, ସରପଞ୍ଚ ଧନମତି ପାଣ୍ଡେ, ଜ଼ିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁଙ୍କ ସହ ବ୍ୟବସାୟୀ ସଂଘର କୁମାର ଗୌରବ ବେହେରା, ଜୟକୁମାର ନିଗମ, ପିଙ୍କୁ ଅଗ୍ରୱାଲ, ଅଜିତ ସାହୁ, ଶିବ ପ୍ରସାଦ ପଟେଲ, ସାମ୍ବାଦିକ ଦେବେନ୍ଦ୍ର ସାହୁ, ଯୋହନ କୁମ୍ଭାର, ଗୋପାଳ ଗର୍ଗ ଙ୍କ ସହ କରୋନା ମୁକାବିଲା ପାଇଁ  ଆଲୋଚନା ହୋଇଯାଇଛି । ୭୨ ଘଣ୍ଟା ସଟଡାଉନ ପରେ ଝାରବନ୍ଧ ବ୍ୟବସାୟୀ ଅନୁଷ୍ଠାନ ଗୁଡିକ ସକାଳ ୬ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଦୋକାନ ମାଲିକ ନିଜେ ମାକ୍ସ ବ୍ୟବହାର କରିବା ସହିତ ଗ୍ରାହକ ମାନେ ମଧ୍ୟ ମାକ୍ସ ପିନ୍ଧି ଆସିବେ ଏବଂ ସାମାଜିକ ଦୂରତା ପାଳନ କରିବେ । କୋବିଡ ୧୯ ର ନିୟମ ମୁତାବକ ଲୋକଙ୍କର ସୁରକ୍ଷା ନିମନ୍ତେ ବ୍ଲକ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ବ୍ୟବସାୟୀ ବନ୍ଧୁମାନେ ଉପଯୁକ୍ତ ନିୟମ ପାଳନ କରିବୁ ବୋଲି କହିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment