ଜେନିତ ମହାବିଦ୍ୟାଳୟରେ ବନୋମହୋତ୍ସବ ।

ପଦ୍ମପୁର,୦୮/୦୭(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ରେ ଦିର୍ଘଦିନରୁ ଗଢ଼ିଉଠିଥିବା ଜେନିତ ମହାବିଦ୍ୟାଳୟ ପକ୍ଷରୁ ବନୋମହୋତ୍ସବ ପାଳିତ ହୋଇଯାଇଛି । ଏହି ନିଆରା କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସଭାପତି  ପ୍ରତାପ କୁମାର ମିଶ୍ର ଓ ମହମ୍ମଦ ଜାବେଦ ଉଦଘାଟନ କରି ଶୁଭାରମ୍ଭ ଅବସରରେ ବୃକ୍ଷ ହିଁ ଜୀବନ ଜୀବିକାର ପନ୍ଥା ଏହାକୁ ସମସ୍ତେ ଏକ ଅଙ୍ଗ ଭାବି ସମଗ୍ର ପୃଥିବୀରେ ବୃକ୍ଷ ରୋପଣ କରି ଜୀବ ଜଗତକୁ ବଞ୍ଚାଇବାକୁ  ପଡିବ ବୋଲି ମତବ୍ୟକ୍ତ କରିଥିଲେ ।ଏ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ପାତ୍ର ପରିଚାଳନା କରିଥିଲେ। ସର୍ବଶ୍ରୀ ଦିବ୍ୟ କିଶୋର ପଣ୍ଡା , ଲକ୍ଷ୍ମଣ ସାହୁ ,ଅର୍ଚ୍ଚନା ନାୟକ, ଚୁମକୀ ସାହୁ ,ଆନନ୍ଦ ସାହୁ, ତରଣୀ କୁମ୍ଭାର, ଗତିକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶେଷ ସ୍ପର୍ଶ ଦେଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment