ଜଙ୍ଗଲରୁ ବୃଦ୍ଧଙ୍କୁ ଉଦ୍ଧାର କଲା ହେଲପିଙ୍ଗ ହ୍ୟାଣ୍ଡ ।

ଭଞ୍ଜନଗର,୨୨/୧୦(ପିପିଟି): ଜଣେ ଅଜଣା ବୃଦ୍ଧ ବ୍ୟକ୍ତି ଜଙ୍ଗଲରେ ଗତ କିଛିଦିନ ହେବ ରହି ଆସୁଥିଲେ । ହେଲେ ଶୁକ୍ରବାର ସକାଳେ କିଛି ଲୋକ ଜଙ୍ଗଲକୁ ଶୁଖିଲା କାଠ ଆଣିବା ପାଇଁ ଯାଇଥିବା ବେଳେ ସେଠାରେ ଉକ୍ତ ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖି ସଙ୍ଗେ ସଙ୍ଗେ ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟଙ୍କୁ ଖବର ଦେଇଥିଲେ। ଏହାପରେ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ସେଠାରେ ପହଞ୍ଚି ପୋଲିସ ଓ ଉପ ଜିଲ୍ଲାପାଳଙ୍କୁ ଖବର ଦେବାପରେ ସେଠାରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧ ଜଣକର କୌଣସି ପରିଚୟ ମିଳି ପାରିନାହିଁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ କୌଣସି ସୂଚନା ଦେବାକୁ ସକ୍ଷମ ନୁହନ୍ତି। ତେଣୁ ଚିକିତ୍ସା ରେ ସୁଧାର ଆସିଲେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଏବଂ କିଭଳି ଓ କେଉଁ ପରିସ୍ଥିତିରେ ଜଙ୍ଗଲରେ କେତେଦିନ ହେଲା ରହିଆସୁଛନ୍ତି ସେ ସମ୍ପର୍କରେ ସୂଚନା ପାଇବା ପାଇଁ ପୋଲିସ ଅପେକ୍ଷା କରି ରହିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment