ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ଫିସ ଛାଡ ଓ ଅନ୍ୟାନ୍ୟ ଦାବୀ ନେଇ ଏଆଇଓ୍ବାଇଏଫ ର ବିକ୍ଷୋଭ ।

ବୌଦ୍ଧ,(ପିପିଟି ନ୍ଯୁଜ୍)୧୪/୦୫, ଅଖିଳ ଭାରତ ଯୁବସଂଘ ରାଜ୍ୟବ୍ୟାପି ପ୍ରତିବାଦ ସପ୍ତାହ ପାଳନ ଅବସରରେ ଆଜି ବୌଦ୍ଧ ଜିଲା କମିଟି ପକ୍ଷରୁ ସ୍ଥାନୀୟ ଛତ୍ରଙ୍ଗ ବଜାର ଠାରେ କରୋନା ପ୍ରପିଡିତ ଛାତ୍ର,ଛାତ୍ରୀଙ୍କର ସମସ୍ତ ପ୍ରକାରର ଫିସ ଛାଡ,ଦୂରଦର୍ଶନ ସମେତ ସମସ୍ତ ଘରୋଇ ଟିଭି ଚ୍ୟାନେଲ ଜରିଆରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସୁନିଶ୍ଚିତ କରିବା ,ସମସ୍ତ ଅଣଟିକସ ଦାତାଙ୍କୁ ସମସ୍ତ ଇଏମଆଇ ଓ ବିଜୁଳି ବିଲ ଛାଡ,କରୋନା ଶେଷ ପର୍ଯ୍ୟନ୍ତ ସମସ୍ତ ବେକାରଙ୍କୁ ମାସିକ ୭୫୦୦ଟଙ୍କା ସହାୟତା ଘୋଷଣା ,ରାଜ୍ୟରେ ସମସ୍ତ ବେକାର ଯୁବକଙ୍କୁ କର୍ମ ନିଯୁକ୍ତିର ସୁଯୋଗ ପ୍ରଦାନ ପ୍ରଭୃତି ଦାବୀନେଇ ରାଜ୍ୟ ସଂପାଦକ ଅବକାଶ ସାହୁ,ଯୁବନେତା ଜୟନ୍ତ ଦେହୁରୀ,ସତ୍ୟନାରାୟଣ ସାହୁ,ଲକ୍ଷ୍ମୀଧର ସାହୁ,ରଞ୍ଜନ ହଂସ,ସୁଧଂଶୁ ଖଡିରତ୍ନ ଅଶୋକ ସାହୁ,ଭାଷ୍କର ନାୟକ ପ୍ରମୁଖଙ୍କ ନେତୃତ୍ବରେ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Comments (0)
Add Comment