ମାଲକାନଗିରି,୧୩/୧୨(ପିପିଟି): ଆଜି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଏବଂ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା କର୍ମୀ ଏବଂ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତଥା ହେଲଥ ସୁପରଭାଇଜରମାନଙ୍କ ସହଯୋଗରେ ପୁରୁଷ ଏବଂ ମହିଳା ପରିବାର ନିୟନ୍ତ୍ରଣ କରିବାକୁ ସ୍ବାସ୍ଥ୍ଯ କେନ୍ଦ୍ରକୁ ଆସିଥିଲେ । ଆଜି ଅପରାହ୍ନ ସୁଧା ତିନି ଜନ ପୁରୁଷଙ୍କୁ ବନ୍ଧ୍ୟା କରଣ କରାଯାଇଥିଲା ବେଳେ ଶହେ ଜଣ ମହିଳାଙ୍କୁ ବନ୍ଧ୍ୟା କରଣ କରାଯାଇଥିଲା । ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଦାରାକୋଣ୍ଡା ୩୦ ଜଣ ମହିଳାଙ୍କୁ ବନ୍ଧ୍ୟାକରଣ କରାଯାଇଥିଲା । ଏହି ପୁରୁଷ ଓ ମହିଳା ବନ୍ଧ୍ୟା କରଣ କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସପନ କୁମାର ଦିଣ୍ଡା ବନ୍ଧ୍ଯାକରଣ କରିଥିଲା ବେଳେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର କ୍ଷୀରୋଦ ଚନ୍ଦ୍ର ମହନ୍ତ, ରାଜେନ୍ଦ୍ର ପ୍ରସାଦ ଦାସ, କୁଡୁମୁଲୁଗୁମ୍ମାର ହରପ୍ରସାଦ ତାରିଣୀ,ଶୁଭସ୍ମିତା ବେହେରା ଏବଂ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ହୀରା ହଂସ ପରିଚାଳନା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)