ଚିକିଟି ଠେଲା ଗାଡି ବ୍ଯବସାୟୀ ମାନଙ୍କୁ ସମାଜ ସେବୀଙ୍କ ସହାୟତା ।

ଚିକିଟି,(ପିପିଟି ନ୍ଯୁଜ୍)୩୧/୦୫,ଚିକିଟି ବିଜ୍ଞପିତ ଅଞ୍ଚଳର ସମସ୍ତ ଠେଲାଗାଡି ଵ୍ୟଵସାୟୀ ଯେଉଁମାନଙ୍କର  ଲକ୍ ଡାଉନ ନିମନ୍ତେ ବ୍ୟବସାୟ ଗୋଟେ ପ୍ରକାର ବନ୍ଦ ହୋଇଯାଇଥିଲା ଓ ସେମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ସେମାନଙ୍କ ବେପାର ଆରମ୍ଭ କରିବା ପାଇଁ ଯୁବ ସମାଜସେବୀ  ଶ୍ରୀରୁପ ଦେବ ସେମାନଙ୍କ ସମସ୍ୟା ବୁଝିବାସହ ସେମାନଙ୍କ ବେପାର ଆରମ୍ଭ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ ।ଏଥିଦ୍ୱାରା ୫୦ ରୁ ଉର୍ଦ୍ଧ୍ବ ଵ୍ୟଵସାୟୀ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପକୃତ ହୋଇଛନ୍ତି । ସେମାନେ ଶ୍ରୀରୁପ ଦେଓଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Comments (0)
Add Comment