ଚାରି ବର୍ଷ ପରେ ଗାଁକୁ ଫେରିଲେ ଜୁମଡାଙ୍ଗ ଗ୍ରାମବାସୀ ।

ମାଲକାନଗିରି,୧୬/୧୧(ପିପିଟି): ଚାରି ବର୍ଷ ପରେ ଗାଁକୁ ଫେରିଲେ ଜୁମଡାଙ୍ଗ ଗ୍ରାମବାସୀ ।ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗାଁଟି ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ରହିଛି । ପୂର୍ବରୁ ଏହି ଗାଁକୁ ଯିବାକୁ ହେଲେ ପାହାଡ ଚଢି ଘୋଡା ସାହାଯ୍ୟରେ ଯିବାକୁ ପଡୁଥିଲା । ଫଳରେ ଓଡ଼ିଶାର କୌଣସି ସରକାରୀ କର୍ମଚାରୀଙ୍କ ପାଦ ଏଠାରେ ପଡୁନଥିଲା । ଏହାକୁ ଦୃଷ୍ଟିରେରଖି ଆନ୍ଧ୍ର ଏହି ଗାଁ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା । ଗାଁରେ ବିଦ୍ୟୁତ୍ ପାନୀୟ ଜଳ ବ୍ୟବସ୍ଥା କରିବା ସହ ଆଧାରକାର୍ଡ଼ ଦେଇ ଲୋକଙ୍କୁ ଆକୃଷ୍ଟ କରୁଥିଲା । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗମନାଗମନ ସୁବିଧା କରାଯାଇଛି । ଏହା ପରେ ୪ବର୍ଷ ତଳେ ଆନ୍ଧ୍ରକୁ ଚାଲିଯାଇଥିବା ୧୬ ଜଣ ଗ୍ରାମବାସୀ ଏବେ ଗାଁକୁ ଫେରିଛନ୍ତି । ସେମାନେ ଗାଁକୁ ଫେରି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment