ଚନ୍ଦ୍ରପୁରୁରେ ବିଜେଡି ତରଫରୁ ଜୀବନ ଵିନ୍ଦୁ କାର୍ଯକ୍ରମ,୬୧ ୟୁନିଟ ରକ୍ତ ସଂଗ୍ରହ।

ରାମନାଗୁଡା,(ପିପିଟି ନ୍ଯୁଜ୍)୦୪/୬, ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ସଦର ମହକୁମା ହାଇସ୍କୁଲରେ ଵିଜେଡି ତରଫରୁ ସ୍ଵେଚ୍ଛାକୃତ ରକ୍ତ ଦାନ ଶିଵିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇ ଏକଷଠି ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଵ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ନାଲାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଵା ବେଳେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବେ ଏହି ଶିଵିରକୁ ଉଦ୍‌ଘାଟନ କରିଥିଲେ। ଓଡିଶା ରାଜ୍ଯ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ଜିଲ୍ଲା ବିଜେଡ଼ି ସଭାପତି ସୁଧୀର କୁମାର ଦାସ,ପୂର୍ବତନ ସାଂସଦ ଝିନ ହିକକା, ଵିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ବିଜେଡି ଜିଲ୍ଲା ଉପ ସଭାପତି ରଞ୍ଜିତ ପଣିଗ୍ରାହି ,ପଦ୍ମପୁର ବ୍ଳକ ର ବରିଷ୍ଠ ନେତା ଗୋଦାବରୀ ରାଉତ ,ରତନ ଲାଲ ଜେନ ,ପ୍ରମୋଦ ସାହୁକାର ଯୋଗଦେଇଥିଲେ। ବ୍ଲଡ ବ୍ୟାଙ୍କର ଅଧିକାରୀ, ଗୁଣୁପୁର ପିଏ ଆଇଟିଡିଏ ଗୋରା ଚାଦ୍ଦ ଗମାଙ୍ଗ ,ଵିଡିଓ, ତହସିଲଦାର, ଓ ପୋଲିସ୍, ସିଆରପିଏଫ୍ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ବ୍ଳକ ଅଧ୍ୟକ୍ଷା ,ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଅଧିକାଂଶ ସିଆରପିଏଫ ମାନେ ସ୍ଵେଚ୍ଛାକୃତ ରକ୍ତ ଦାନ କରିଥିବା ବେଳେ ବିଜେଡି କର୍ମୀମାନେ ରକ୍ତଦାନ କରିଥିଲେ। ମୁଖ୍ୟ ମନ୍ତ୍ରୀଙ୍କ ଏହି ଜୀଵନ ବିନ୍ଦୁ କାର୍ଯ୍ୟକ୍ରମକୁ ସାଧାରଣରେ ସାଧୁବାଦ ଜଣାଇଥିଲେ ଅଞ୍ଚଳ ବାସି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment