ଗ୍ୟାସ ସିଲିଣ୍ଡର ଫାଟି ଦୁର୍ଘଟଣା ! ଦୁଇ ମହିଳା ଗୁରୁତର ।

କଳାହାଣ୍ଡି,(ପିପିଟି)୦୧/୦୫ ; ସୂଚନା ଅନୁସାରେ ଉତକେଲା ଥାନା  ନିକଟସ୍ଥ କାଦୋ ପଡ଼ା ଅଞ୍ଚଳର ରେବତୀ ମେହେର (୫୪) ଆଜି ସକାଳ ୫ଟା ସମୟରେ ଘରେ ଚା ତିଆରି କରିବାକୁ ଯାଇ ଗ୍ୟାସ ଚୁଲ୍ଲା ଜାଳିବା ସମୟରେ, ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାକ୍ଷଣି ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଘର ଛପର ଉଡି ଯାଇଥିଲା, ନିଆଁର ଝାସ ପାଇ ପାଖରେ ଛିଡା ହୋଇ ଥିବା ପୂର୍ଣ୍ଣମୀ ମେହେରଙ୍କ (୬୦) ଶରୀର ଶତକଡା ୨୦ ଭାଗ ଜଳି ଯାଇଥିଲା । ଏହା ସମ୍ପର୍କରେ ସୂଚନା ପାଇବା ପରେ ଉତକେଲା ଅଗ୍ନିଶମ ବିଭାଗ ତୁରନ୍ତ  ଘଟଣାସ୍ଥଳକୁ ଯାଇ ନିଆଁ କୁ ଆୟତ୍ତ କରିବା ସହିତ ମହିଳା ଦ୍ବୟଙ୍କୁ ଉଦ୍ଧାର କରି ଏମ୍ବୁଲେନ୍ସ ଦ୍ଵାରା କେସିଙ୍ଗା ଡ଼ାକ୍ତରଖାନା କୁ ପଠେଇଥିଲେ । କେସିଙ୍ଗା ଡାକ୍ତରଖାନାରେ ପୋଡାଜଳା ବିଭାଗ ନଥିବାରୁ, ମହିଳା ଦ୍ବୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇଛି । ତେବେ ଡାକ୍ତର ଜଳନ୍ଧର ମେହେରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ମହିଳାଦ୍ବୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ।
ରିପୋର୍ଟ –  ଭିଷ୍ମ ସାହୁ ।

Comments (0)
Add Comment