ବେଗୁନିଆ,୦୫/୧୧(ପିପିଟି): ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ଦୀପାବଳି ପାଳନ କରୁଥିବା ସମୟରେ ଘଟିଚି ଅଘଟଣ । ଏଭଳି ଏକ ହସଖୁସିର ମହୋଲ ଭିତରେ ଦୁଃଖର ପାହାଡ଼ ଭାଙ୍ଗି ଯାଇଛି । ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଗ୍ରାମର ସୁକାନ୍ତ ଗୁମାନସିଂହଙ୍କ ଘରେ ଏକ ଅଘଟଣ ଘଟିଛି । ସମସ୍ତେ ଘିଅରେ ଦୀପ ଜାଳିଥିବା ବେଳେ ସେ ଲୁହରେ ଦୀପ ଜାଳିଛନ୍ତି । ଦୀପାବଳୀରେ ଘରେ ନିଆଁ ଲାଗି ଅଘଟଣ ଘଟେଇ ଦେଇଛି । ସେ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ନିଆଁଲାଗି ଘରର ମୂଲ୍ୟବାନ ଜିନିଷ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେ ଏକ ପ୍ରକାରର ବେସାହାରା ହୋଇଯାଇଛନ୍ତି । ଘରେ ନିଆଁ ଲାଗି ଯିବାରୁ ୨ ବଖରା ଘର ଜଳିଯିବା ସହିତ ଗାଈଗୋରୁ ମାନେ ନିଆଁର ତାପରେ ଗଭୀର ଆଘାତ ପାଇଛନ୍ତି । ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ଅଛି । ତାଙ୍କୁ ତୁରନ୍ତ ସରକାରୀ ସହାୟତା ମିଳିଲେ ସେ କେତେକାଂଶରେ ଉପକୃତ ହେବେ ବୋଲି ଆଶା କରାଯାଉଛି ।
( ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)