ଗୁରୁଙ୍କ ଜୀବନୀ ସଦା ଅନୁକରଣୀୟ : ଗୁରୁ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ।

କଟକ,୦୫/୦୯(ପିପିଟି); କଳା, ସାହିତ୍ୟ,ସଂକୃତିର ମହତ ଅନୁଷ୍ଠାନ ‘ସରସ୍ୱତୀ କଳା ପରିଷଦ’,କଳାବିହାର,କନ୍ଦରପୁର, କଟକ ପକ୍ଷରୁ ପବିତ୍ର ଗୁରୁ ଦିବସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାମାଜିକ ଦୂରତା ରଖି ପାଳନ କରାଯାଇଛି । ଏହି ଉତ୍ସବରେ କୋମଳମତି ଛାତ୍ରଛାତ୍ରୀଵର୍ଗ ପୂଜ୍ୟ ଗୁରୁଜୀ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଗୁରୁଜୀ ଅକ୍ଷୟ କୁମାର ଓଝା, ଗୁରୁମା ରେଶମା ରାଉତ, ଗୁରୁମା ସୁଇଟି ଭୋଇ,ଗୁରୁଜୀ ଇଂ.ଅମୀୟ ରଂଜନ ପଟ୍ଟନାୟକ ପ୍ରମୁଖ ବରେଣ୍ୟ ଗୁରୁବର ମାନଙ୍କୁ ପୂଜନ କରାଯାଇ ଆଶିଷ ଭିକ୍ଷା କରାଯାଇଛି । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୨ ତମ ଜୟନ୍ତୀ ପାଳନ ତାଙ୍କ ଆଦର୍ଶ,ଶିକ୍ଷକତା ଜୀବନର ଗୁରୁତ୍ୱ,ପୁରାଣ ବର୍ଣ୍ଣିତ ଗୁରୁଶିଷ୍ୟ ପରମ୍ପରା ସମ୍ପର୍କ ଉପରେ ଆଲୋଚନା ସହ ଗୁରୁବନ୍ଦନା କରାଯାଇଥିଲା । ହରପ୍ରିୟା ହାତୀ , ପ୍ରିୟାଂଶୀ ସାହୁ, ଅର୍ପିତା ରାଉତ, ଶୁଭାକାଂକ୍ଷୀ ଭୋଇ, ଦୀପ୍ତିରେଖା ଦାଶ, ବୈଜୟନ୍ତି ସାହୁ, ସୁହାନୀ ସାହୁ, ସ୍ବୀକୃତି ପଟ୍ଟନାୟକ, ସୋନାଲି ପଟ୍ଟନାୟକ, କରଣ ଭୋଇ, ସତ୍ୟବ୍ରତ ଭୋଇ, ହେମନ୍ତ ଭୋଇ, ଶଶିକାନ୍ତ ଓତ୍ତା,ମନୋରଞ୍ଜନ ସାହୁ,ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜା କରିଥିଲେ ।

Comments (0)
Add Comment