ମାଲକାନଗିରି,ତା:୨୨/୦୬(ପିପିଟି); କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଡାକ ଘର ଶାଖା ପୋଷ୍ଟ ମାଷ୍ଟର ଜମା ଖାତାରୁ ଲକ୍ଷାଧିକ ଟଙ୍କା ହଡପ କରି ଫେରାର ହୋଇ ଯାଇଥିବା ବେଳେ କାଲିମେଳା ପୋଲିସ ଉକ୍ତ ପୋଷ୍ଚମାଷ୍ଚରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛିଯେ,୧୦୧୫ ମସିହାରେ ଏମପିଭି -୭୧ ଗ୍ରାମର ନନୀ ଗୋପାଳ ବିଶ୍ବାସଙ୍କ ସ୍ତ୍ରୀ ଉକ୍ତ ଡାକ ଘରେ ୨୫ ହଜାର ଟଙ୍କା ଜମା ଖାତା ଖୋଲି ଥିଲା ବେଳେ କାଳକ୍ରମେ ୮୦ ହଜାର ଟଙ୍କା ପର୍ଯ୍ଯନ୍ତ ସେହି ଖାତାରେ ଜମା ରଖିଥିଲେ । ସେହିପରି ୨୦୧୮ ମସିହାରେ କମଲ ବିଶ୍ବାସ ଆରଡି ଖାତା ଖୋଲି ୨୦ ହଜାର ଟଙ୍କା ଜମା କରିଥିଲେ ।ସେମାନେ ନ୍ଜର ଖାତା ଚେକିଂ କଲା ପରେ ଟଙ୍କା ଖାତାରୁ ହଡପ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସେହି ପରି ଆଖପାଖ ଅଞ୍ତଳର ଅନେକ ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଜଣା ପଡିଲା ପରେ ଜମାକାରୀମାନେ ତୁରନ୍ତ କାଲିମେଳା ଥାନାରେ ପୋଷ୍ଟମାଷ୍ଟରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ବହୁ ଦିନ ହେଲା ପୋଷ୍ଟ ମାଷ୍ଟର ମନା ପୂଜାରୀ ଏ ସମସ୍ତ ଟଙ୍କା ହଡପ କରି ଫରାର ହୋଇ ଯାଇଥିଲେ । ପୋଲିସ ତାଙ୍କୁ ଅନୁସନ୍ଧାନ କରି ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ପୂଜାରୀ ନାମରେ କାଲିମେଳା କେଶ ନଂ୪୯/୨୧ ଧାରା ୪୦୮/୪୦୯/୪୨୦/୪୭୧ ଅନୁସାରେ ମାମଲା ଋଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)