ଗାଡିରୁ ପଡି ପରିବା ବ୍ୟବସାୟୀ ଗୁରୁତର ।

ଭଞ୍ଜନଗର,୨୬/୦୮(ପିପିଟି): ଭଞ୍ଜନଗର ବେଲଗୁଣ୍ଠା ରାସ୍ତାର ଗୋଶାଲା ଛକ ନିକଟରେ ଭାରସାମ୍ୟ ହାରାଇ ପରିବା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି। ବେଲଗୁଣ୍ଠା ଅଞ୍ଚଳର ଟିଟୁ ସେଠୀ(୩୦) ନିଜ ମୋପେଡ଼ ଗାଡିରେ ଗୁରୁବାର ସକାଳୁ ଭଞ୍ଜନଗର ଆସି ବାଇଗଣ ବୋଝେଇ କରି ଗ୍ରାମକୁ ଫେରୁଥିବା ବେଳେ ଗୋଶାଲା ନିକଟରେ ଏକ ସାଇକଲ ଆରୋହୀ ହଠାତ୍ ସାମ୍ନାକୁ ଆସିଥିଲା। ତାକୁ ବଞ୍ଚାଇବାକୁ ଯାଇ ସେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡିଥିଲେ। ଏଥିରେ ଟିଟୁ ଗୁରୁତର ଆହାତ ହୋଇଥିବା ବେଳେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment