ଭଞ୍ଜନଗର,୨୭/୧୧(ପିପିଟି): ଗଞ୍ଜାମ ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଶନିବାର ଭଞ୍ଜନଗର କୋର୍ଟ କୁ ଦିନିକିଆ ଗସ୍ତରେ ଆସିଥିଲେ।ଏହି ସମୟ ରେ ଭଞ୍ଜନଗର ଓକିଲ ସଂଘ ତରଫରୁ ତାଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଭଞ୍ଜନଗର କୋର୍ଟ ପରିସରରେ ଥିବା ଲାଇବ୍ରେରୀ ହଲ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ ଫୁଲ ତୋଡା ଦେଇ ଜିଲ୍ଲା ଜଜ୍ ଶ୍ରୀ ବେହେରାଙ୍କୁ ସ୍ୱାଗତ କରିଥିଲେ,ଓ କୋର୍ଟ ରେ ଥିବା ଅସୁବିଧା ସମ୍ପର୍କରେ ଅବଗତ କରାଇ ଥଲେ। ଜଜ୍ କୋର୍ଟରେ ଥିବାବିଭିନ୍ନ ଅସୁବିଧା ଗୁଡିକୁ ଦୃଷ୍ଟି ରେ ରଖି ଯଥାଶୀଘ୍ର ସମାଧାନ କରିବେ ବୋଲି କହିଥିଲେ।ସ୍ୱାଗତ ସଭାରେ ବରିଷ୍ଠ ଦେୱାନିଜଜ୍ ବେଦ ପ୍ରକାଶ, ଏସ.ଡି.ଜେ.ଏମ ମନସ୍ୱିନୀ ରଥ, ଜେ.ଏମ୍.ଏଫ୍.ସି ପ୍ରଜ୍ଞା ରାଉତ,ଯୋଗ ଦେଇଥିଲେ। ବରିଷ୍ଠ ଓକିଲ ଏମ.ତାଜ ଆଦେନି , ସୋମନାଥ ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦଣ୍ଡପାଣି ସ୍ବାଇଁ,ବିନୟ ରଥ, ଦିବାକର ନାୟକ,ଲଡୁକିଶୋର ଆଲଟିଆ,ସନ୍ତୋଷ ତିଆଡ଼ି, ଉପସଭାପତି ରଜତ ଦାସ,ନିରାକାର ସାହୁ,ଅରୁଣ ପ୍ରଧାନ,ବିଷ୍ଣୁ ପ୍ରଧାନ,ମନୋଜ ପଟ୍ଟନାୟକ, ସମୀର ନାୟକ, ଅଭାଗିନୀ ବିଶୋଇ, ଅପର୍ଣ୍ଣା ଦେବୀ ଗୌଡ଼, ସ୍ନିଗ୍ଧା ଦାସ, ସମେତ ବହୁ ଓକିଲ ଉପସ୍ଥିତ ଥିଲେ।ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )