ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ଯାୟ ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡି ସପକ୍ଷରେ।

ବ୍ରହ୍ମପୁର, ୨୭/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଆସନ ମଧ୍ଯରୁ ପ୍ରଥମ ପର୍ଯ୍ଯାୟରେ ୨୨ଟି ଆସନର ଫଳାଫଳ ପ୍ରକାଶ ପାଇଛି। ସମସ୍ତ ୨୨ଟି ଆସନ ବିଜେଡି ସପକ୍ଷରେ ଯାଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀର ୫୩ ନମ୍ବର ଜୋନ ବିଜେପି ହାତରୁ ଖସିଛି। ସେଠାରେ ବିଜେଡିର ପ୍ରାର୍ଥିନୀ ଏସ ରାଜେଶ୍ବରୀ ଦୋରା ୧୪୨୪୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ, ବିଜେପି ପ୍ରାର୍ଥନୀ କାଜଲ ପାତ୍ର ୧୧୭୫୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି। ସେହିଭଳି ଆସିକା ଜୋନ ନମ୍ବର ୧ ରୁ ତନ୍ମୟୀ ନାହାକ ୧୧୭୭୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ବେଗୁନିଆପଡା ବ୍ଲକର ୪୪ ନମ୍ବର ଜୋନରୁ କଲ୍ଯାଣୀ ପାତ୍ର,ବେଲଗୁଣ୍ଠା ବ୍ଲକର ୪୭ ନମ୍ବର ଜୋନରୁ ପୂର୍ଣ୍ଣବାସୀ ନାୟକ, ଭଞ୍ଜନଗର ବ୍ଲକର ୫୦ ନମ୍ବର ଜୋନରୁ ଶୈଳବାଳା ବିଷୋୟୀ, ବୁଗୁଡା ବ୍ଲକର ୪୧ ନମ୍ବର ଜୋନରୁ ସସ୍ମିତା ସ୍ବାଇଁ, ଛତ୍ରପୁର ବ୍ଲକର ୧୯ ନମ୍ବର ଜୋନରୁ ରଶ୍ମିତା ନାହାକ, ଚିକିଟି ବ୍ଲକର ୧୬ ନମ୍ବର ଜୋନରୁ କେ ନିଳାବେଣୀ, ଧରାକୋଟ ବ୍ଳକର ଜୋନ ନମ୍ବର ୨୯ ରୁ ପ୍ରତାପ ସ୍ବାଇଁ, ଦିଗପହଣ୍ଡି ବ୍ଳକର ୨୫ ନମ୍ବର ଜୋନରୁ ରାଧାକାନ୍ତ ମହାପାତ୍ର, ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନରୁ ସସ୍ମିତା ସ୍ବାଇଁ, ହିଞ୍ଜିଳିକାଟୁ ବ୍ଳକର ୬୭ ନମ୍ବର ଜୋନରୁ ବି. ଗୀତାଞ୍ଜଳୀ, ଜଗନ୍ନାଥ ପ୍ରସାଦ ବ୍ଲକର ୨୨ ନମ୍ବର ଜୋନରୁ ଶିବ ସେଠୀ, କବିସୂର୍ଯ୍ୟନଗର ବ୍ଲକର ୦୫ ନମ୍ବର ଜୋନରୁ ବଳରାମ ପ୍ରଧାନ, ଖଲ୍ଲିକୋଟ ବ୍ଲକର ୧୧ ନମ୍ବର ଜୋନରୁ ସୋନମ ପୋଲାଇ, କୁକୁଡାଖଣ୍ଡି ବ୍ଲକର ୦୮ ନମ୍ବର ଜୋନରୁ ଶିବାନୀ ସେଠୀ, ପାତ୍ରପୁର ବ୍ଲକର ୩୨ ନମ୍ବର ଜୋନରୁ ପିଙ୍କି ବଡମୁଣ୍ଡି, ପୋଲସରା ବ୍ଲକର ୩୮ ନମ୍ବର ଜୋନରୁ ଅଶୋକ କୁମାର ବିଷୋୟୀ,ପୁରୁଷୋତ୍ତମପୁର ବ୍ଲକର ୩୫ ନମ୍ବର ଜୋନରୁ ପିଙ୍କି ନାହାକ, ସାନଖେମୁଣ୍ଡି ବ୍ଲକର ୫୯ ନମ୍ବର ଜୋନରୁ ବିଜୟ କୁମାର ପ୍ରଧାନ, ଶେରଗଡ ବ୍ଲକର ୫୬ ନମ୍ବର ଜୋନରୁ ଚିତ୍ତରଞ୍ଜନ ପାଣିଗ୍ରାହୀ, ସୋରଡା ବ୍ଲକର ୬୩ ନମ୍ବର ଜୋନରୁ ସମେନ୍ଦ୍ର କୁମାର ସାହୁ ପ୍ରମୁଖ ସମସ୍ତ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବିରୋଧିଦଳ ମାନଙ୍କୁ ନିରାଶ ହେବାକୁ ପଡିଛି।

Comments (0)
Add Comment