ଗଞ୍ଜାମ ଜିଲ୍ଲାର ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଭିଡ଼ିଓ କନ୍ଫରେସିଙ୍ଗ ରେ ଆଲୋଚନା ।

ଭଞ୍ଜନଗର,(ପିପିଟି)୧୦/୦୫,କରୋନା ମୁକାବିଲାରେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ସ୍ଥିତି ଭଲ ଥିବା ବେଳେ ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରିବା ପରେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ହଠାତ୍ ରେଡ଼ ଜୋନକୁ ଚାଲିଯାଇ ଥିଲା।ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଆଜି ସୁଦ୍ଧା ୧୧୮ରେ ପହଞ୍ଚିଛି।ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।ଅଧର୍ଯ୍ୟ ନହୋଇ ଏହାର ସଫଳ ମୁକାବିଲା ପାଇଁ ଆଜି ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ବାଚସ୍ପତି ଓ ଜିଲ୍ଲାପାଳଙ୍କ ମଧ୍ୟରେ ଭିଡ଼ିଓ କନ୍ଫୋରେସିଙ୍ଗ ଦ୍ୱାରା କୋଭିଡ-୧୯  ର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ସମସ୍ତେ ଏକାଠି ହୋଇ ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତନ କରିବା ଏବଂ ସମସ୍ତ ନୀତି ନିୟମ କୁ ପାଳନ କରିବାରେ ସହଯୋଗ ପାଇଁ ସ୍ଥିର ହୋଇଥିଲା। କ୍ବାରେଣ୍ଟିନ ସେଣ୍ଟରରେ ରହୁଥିବା ଲୋକମାନେ ଚାହିଁଲେ ସେଠାରେ କିଛି କାମ କରି ରୋଜଗାର କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ବାହାର ଲୋକମାନଙ୍କୁ କ୍ବାରେଣ୍ଟିନ ସେଣ୍ଟର ଠାରୁ ଦୂରେଇ ରହିବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ହଲ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ବିଡିଓ ଅନୀଲ କୁମାର ସେଠୀ ଉପସ୍ଥିତ ଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment