ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଭଞ୍ଜନଗର ଗସ୍ତ ।

ଭଞ୍ଜନଗର,(ପିପିଟି)୧୭/୦୬, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପାଇଁ ସମସ୍ୟା ବଢିବାରେ ଲାଗିଛି। ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ବେଲଗୁଣ୍ଠାରେ ୪ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ସମସ୍ତ ଅଞ୍ଚଳରେ ସତର୍କତା ଅବଲମ୍ବନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଭଞ୍ଜନଗର ଠାରେ ପହଞ୍ଚି ସଟ ଡାଉନରେ ଚେକିଙ୍ଗ ସମ୍ପର୍କରେ ବୁଝିଥିଲେ। ଆଜି ଭଞ୍ଜନଗର ପୋଲିସ ଓ ଏନ.ଏ.ସି ତରଫରୁ ବିନା କାରଣରେ ବୁଲୁଥିବା ବହୁ ବାଇକ ଥାନାରେ ଅଟକ ରଖିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।ଭଞ୍ଜନଗର ଫିସେରୀ ନିକଟରେ ପ୍ରାୟ ଦେଢ଼ ଏକର ଜାଗାରେ ୬୪ଲକ୍ଷ ଟଙ୍କା ବ୍ୟୟ ରେ ହେବାକୁ ଥିବା ଏନ୍ଏସିର ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ସ୍ଥାନକୁ ଜିଲାପାଳ ବୁଲି ଦେଖିଥିଲେ। ତାଙ୍କ ସହ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠୀ, ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ, ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment