ଖୋଲିଲା ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ।

ଭଞ୍ଜନଗର,୦୪/୦୨(ପିପିଟି): କରୋନାର ତୃତୀୟ ଲହର ଯୋଗୁଁ ସତର୍କତା ଦୃଷ୍ଟିରୁ ଗତ ବର୍ଷ ଡିସେମ୍ବର ମାସ ୨୫ତାରିଖ ଠାରୁ ଭଞ୍ଜନଗର ଠାରେ ଥିବା ପ୍ରସିଦ୍ଧ ବେଲେଶ୍ୱର ପୀଠ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆ ଯାଇଥିଲା।ବିଶେଷ କରି ପିକନିକ ସିଜନ ଡିସେମ୍ବର ମାସ ଶେଷ ସପ୍ତାହ ଠାରୁ ଜାନୁଆରୀ ମାସ ସାରା ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କୋଭିଡ଼ କଟକଣା ଜାରି କରାଯାଇଥିଲା। ଯାହାକୁ ନେଇ ଦୀର୍ଘଦିନ ଧରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ହେଲେ ଏବେ ସଂକ୍ରମଣ ହାର ଧୀରେ ଧୀରେ କମି ଥିବାରୁ ପ୍ରଶାସନ ତରଫରୁ ଏସବୁ ଖୋଲିବାକୁ ନିର୍ଦ୍ଦେଶ ମିଳିବା ପରେ ଆଜିଠାରୁ ବେଲେଶ୍ୱର ପୀଠ ଓ ପାର୍କ ଖୋଲା ଯାଇଛି। ହେଲେ ପ୍ରଥମ ଦିବସରେ ଲୋକଙ୍କ ସଂଖ୍ୟା ସାମାନ୍ୟ ରହିଥିବା ଜଳସେଚନ ବିଭାଜନ ବିଭଗ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ଼ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment