ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉଦଘାଟନ କଲେ ବାଚସ୍ପତି ।

ଭଞ୍ଜନଗର,୩୧/୧୨(ପିପିଟି):ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମୁଖ୍ୟ ରାସ୍ତାରେ ଥିବା ଟାଉନ ହଲ ସାମ୍ନାରେ ଆଜି ସନ୍ଧ୍ୟାରେ ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଓଡିଶା ବିଧାନସଭା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି।ଏହି ଯୋଜନା ଅନ୍ତର୍ଗତ ପ୍ରଭୁ ବିଷ୍ଣୁଙ୍କ ଅନନ୍ତ ଶୟନ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ଶ୍ରୀ ଆରୁଖ ଉନ୍ମୋଚନ କରିଥିଲେ।ଦିନକୁ ଦିନ ଭଞ୍ଜନଗର ସହରର ଖ୍ୟାତି ବଢ଼ିବା ସହିତ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଏନଏସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି ଅବସରରେ ଭଞ୍ଜନଗର ସହରବାସୀଙ୍କୁ ନୂତନ ବର୍ଷ ୨୦୨୩ର ଅଭିନନ୍ଦନ ଜଣାଇବା ସହ କିଭଳି ଅଧିକ ପର୍ଯ୍ୟଟକଙ୍କୁ ସହର ପ୍ରତି ଆକୃଷ୍ଟ କରାଯାଇ ପାରିବ ସେଥିପାଇଁ ଉଦ୍ୟମ ଜାରି ରହିଛି ଏବଂ ଆଗାମୀ ଦିନରେ ଅନେକ ଜନ ହିତକର କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ବିଜେଡ଼ି ଏନ୍ଏସି ସଭାପତି ରାଜେନ୍ଦ୍ର ବିଷୋୟୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଶୂଳପାଣି ଶତପଥି,ୱାର୍ଡ ସଭ୍ୟା ଅନିତା ସେଠୀଙ୍କ ସମେତ ସମସ୍ତ କାଉନସିଲର,ଏନ୍ଏସି କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment