ଖୁଣ୍ଟପାଲି ହତ୍ୟାକାଣ୍ଡ ପାଇଁ ପୁଲିସର ତଦନ୍ତକୁ ସନ୍ଦେହ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।

ପଦ୍ମପୁର,୨୩/୦୭(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ଖୁଣ୍ଟପାଲି ଗ୍ରାମରେ ଜାଣିଶୁଣି ଭିଆଇଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ପୋଲିସର ଭୂମିକାକୁ ନେଇ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ  ଅନେକ ସନ୍ଦେହ କରିଛନ୍ତି । ହତ୍ୟାକାଣ୍ଡ ପଛରେ ପୋଲିସ ଇନଫରମର୍ ଦେଇଥିବା ପ୍ରକାଶକରି ସଂପୃକ୍ତ ପୋଲିସ ବିରୁଦ୍ଧ ରେ ମଧ୍ୟ ସଂଗିନ ଦଫା ୩୦୨ ରେ ମାମଲା ରୁଜୁ କରିବାପାଇଁ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତିାଆଜି ପୁରୋହିତ ଓ ତାଙ୍କ ସହକର୍ମୀ ହଠାତ ଖୁଣ୍ଟପାଲି ଗ୍ରାମକୁ ଯାଇ ହତ୍ୟାର ଶିକାର ହୋଇଥିବା ପରିବାର ବର୍ଗଙ୍କୁ ଭେଟିଥିଲେ । ପରିବାରଙ୍କ କହିବାନୁସାରେ ଗତ ୩୧.୫.୨୦୨୦ ଦିନ ନାସ୍ତମୟଙ୍କ ବାପା  ସୁବାଷ ବାଗ ଓ ପୁତ୍ର ରିଙ୍କୁ ନାଗକୁ ମାରପିଟ ଘଟଣା କୁ ନେଇ ବିନୋଦ ସାହା,ବିକାଶ ସାହା ଏବଂ ଭକ୍ଲୋ ବରିହା ନାମରେ ରିପୋର୍ଟ ଦେଇଥିଲେ । ପୋଲିସ କେସ ରେଜିଷ୍ଟର କରିବା ପରିବର୍ତ୍ତେ ଓଲଟା ସୁବାଷ ନାଗକୁ ଓ ତାଙ୍କ ସ୍ତ୍ରୀକୁ ଗାଳିଗୁଲଜ କରି ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ କରି ଘରକୁ ପଠାଇଦେଇଥିଲେ । ୧୫.୭.୨୦ତାରିଖ ସନ୍ଧ୍ୟାରେ ପୁଣି ସେଇ ତିନିଜଣ ସୁବାଷ ନାଗ ଓ ସ୍ତ୍ରୀ କୁ କୁଭାଷାରେ ଗାଳିଗୁଲଜ କରିବାରୁ ଗାଁ ର ୱାର୍ଡ ମେମ୍ବର କଳାକାର ଚୌହାନ ପାଖକୁ ଅଭିଯୋଗ କରିବାକୁ ଯାଇଥିଲେ । ୱାର୍ଡ ମେମ୍ବର ସେମାନଙ୍କୁ ଥାନାକୁ ଅଭିଯୋଗ କରବାକୁ ପରାମର୍ଶ ଦେବାରୁ ଦୁଇଟି ମଟର ସାଇକେଲ ଯୋଗେ ସ୍ୱାମୀ ସ୍ତ୍ରୀ ଓ ତାଙ୍କ ଦୁଇ ପୁଅ ଖୁଣ୍ଟପାଲିରୁ ୬ କିଲୋମିଟର ଦୂରସ୍ଥ ପଦ୍ମପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ । ପୂର୍ବତନ ବିଧାୟକ ତାଙ୍କଠାରୁ ସମସ୍ତ ବିଷୟ ଅବଗତ ପରେ ପ୍ରତିକ୍ରିୟାରେ କହଛନ୍ତି ଯେ ରିପୋର୍ଟ ଗ୍ରହଣ କରିବାପାଇଁ ସୁବାଷ ବାଗର ପରିବାର ବର୍ଗଙ୍କୁ ଦୁଇ ଘଣ୍ଟାକାଳ କାହିଁକି ଥାନାରେ ଅଟକ ରଖାଯାଇଥିଲା । ଯେଉଁମାନଙ୍କ ନାମରେ ଅଭିଯୋଗ କରାଗଲା ଆଗରୁ ସେମାନଙ୍କ ନାମରେ ଅନେକ ସଂଗୀନ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବାବେଳେ ଅପରାଧି ମାନଙ୍କୁ ତୁରନ୍ତ ଥାନାକୁ ଡକାଗଲା ନାହିଁ କାହିଁକି ? ଦୁଇ ଘଣ୍ଟାପରେ ଥାନାରୁ ଯେତେବେଳେ ନାଗ ପରିବାର ଗ୍ରାମକୁ ଫେରିବା ଆରମ୍ଭ କଲେ ସେମାନଙ୍କ ଫେରିବା ଖବର ଥାନାରୁ ହତ୍ୟାକାରୀ ମାନଙ୍କ ପାଖରେ ପହଞ୍ଚିଲା କେମିତି ? ତାହା ତଦନ୍ତ ସାପେକ୍ଷ । ମସ୍ତମୟ ଦଳୀତ ପରିବାରର ହୋଇଥିବାବେଳେ ଏସ.ସି-ଏସ୍.ଟି ଦଫା ଯୋଡା ନଯିବା ରହସ୍ୟ କଣ ? ସମସ୍ତ ତଥ୍ୟ ଆଧାର ରେ ଏହି ହତ୍ୟାକାଣ୍ଡ ପଛରେ ପଦ୍ମପୁର ଥାନାର କିଛି ଖଳ ପ୍ରକୃତିର ପୋଲିସ କର୍ମଚାରୀ ସଂପୃକ୍ତ ଥିବାର ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ସସପେଣ୍ଡ କରିବାସହ ସେମାନଙ୍କ ବିରୁଦ୍ଧରେ ୩୦୨ ଦଫା ଲଗାଇ ମୋକଦମା ଦାୟାର କରିବାପାଇଁ ଶ୍ରୀ ପୁରୋହିତ ଦାବୀ କରିଛନ୍ତିାଏଇ କିଛିଦିନ ତଳେ ପ୍ରେମାନନ୍ଦ ସାହାର ଘରୁ ବେଆଇନ କରତ କଳ ସମେତ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ କାହିଁକି ପ୍ରେମାନନ୍ଦକୁ ଗିରଫ କରାଯାଉନାହିଁ ବୋଲି ପୂର୍ବତନ ବିଧାୟକ ପୁରୋହିତ ପ୍ରଶ୍ନ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment