ଖୁଣ୍ଟପାଲି ଗାଁରେ ଘଟିଥିବା ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ।

ପଦ୍ମପୁର,୧୯/୦୭(ପିପିଟି); ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁରେ ଘଟିଥିବା ହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ବରଗଡ଼ ଜିଲ୍ଳା ଦଳିତ ମହାସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ଏକ ପ୍ରତିନିଧି ଦଳ ଖୁଣ୍ଟପାଲି ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ପରିବାର ବର୍ଗଙ୍କ ସହିତ ଆଲୋଚନାରୁ ଏହି ଘଟଣାରେ ଅନେକ ରହସ୍ୟ ଲୁଚି ରହିଥିବା ପ୍ରତିନିଧି ଦଳ ସନ୍ଦେହ କରୁଛନ୍ତି । ଏନେଇ ପଦ୍ମପୁର ଏସଡ଼ିପିଓଙ୍କ ସହିତ ମଧ୍ୟ  ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାର ଦଳିତ ହୋଇଥିବାରୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି ଓ ଜନଜାତି ଆଇନରେ ମାମଲା ରୁଜୁ କରିବାକୁ ଦାବି କରାଯାଇଛି । ଜୁଲାଇ ୧୫ ରେ ଘଟିଛି ଲୋମହର୍ଷଣକାରୀ ହତ୍ୟା । ଜିଲ୍ଲା ଦଳିତ ମହାସଂଘର ସଭାପତି ନାରାୟଣ ବେଶ୍ରା, ଉପସଭାପତି ଗୋବର୍ଦ୍ଧନ ଛତର,ସମ୍ପାଦକ ଚୈତନ୍ୟ ବାଗ,ସୁନିଲ ତାଣ୍ଡି,ଧବଳେଶ୍ୱର ମହାନନ୍ଦ,ଚନ୍ଦ୍ରହାସ୍ୟ ଜାଲ,ବଳରାମ କୁମ୍ଭାର,ପ୍ରଭୁଲାଲ ଏବଂ ପଦ୍ମପୁର ଅଞ୍ଚଳର ସାମାଜିକ କର୍ମୀ ଗୋପବନ୍ଧୁ  ଶିକା ପ୍ରମୁଖ ସାମିଲ ହୋଇ ଦୋଷୀଙ୍କ ଉପରେ  କଠୋର ରୁ କଠୋର ଦଣ୍ଡ ବିଧାନ ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବର୍ତ୍ତମାନର କାର୍ଯ୍ୟରତ ଏସ.ଡି.ପି.ଓ ପ୍ରଦୀପକୁମାର ସାହୁଙ୍କୁ ଅନୁରୋଧ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment