ଖରଡା ପଲ୍ଲୀ ଗ୍ରାମ ପଞ୍ଚାୟତର ରେ କାଜୁ ଜଙ୍ଗଲ ଜମିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ;ଥାନା ରେ ମାମଲା ରୁଜୁ ।

ବୋଲଗଡ,୨୨/୦୪-ଖୋର୍ଦ୍ଧା ଜିଲ୍ଲା  ବୋଲଗଡ ତହସିଲ ଅଧୀନ ଖରାଡା ପଲ୍ଲୀ  ଗ୍ରାମ ପଞ୍ଚାୟତରେ  କାଜୁ ଜଙ୍ଗଲ  ଜମିକୁ ନେଇ ଉକ୍ତ ମୌଜା ର ଦୁଇ ଗୋଷ୍ଠୀ ଙ୍କ  ମଧ୍ୟରେ ଗଣ୍ଡଗୋଳ  ସୃଷ୍ଟି  ହୋଇଥିଲା । ଅଭିଯୋଗ  ଅନୁସାରେ ଦୀର୍ଘ ଦିନ ହେଲା ଘର କରି କାଜୁ ଜଙ୍ଗଲ  ଜାଗା ରେ ବସ ବାସ କରି ରହିଆସୁଥିବା ଦଳିତ ପରିବାର ସୁଲୋଚନା ମଳିକଙ୍କ ଘରକୁ ସଅର ସମ୍ପ୍ରଦାୟର କିଛି ବ୍ୟକ୍ତି ଗତ  ତା ୧୪/୪/୨୦୨୦ରିଖ ମଙ୍ଗଳବାର  ସକାଳ ୬ଟା  ସମୟରେ  ନିଆଁ  ଲଗାଇ  ପୋଡି ଦେଇ ଥିବା ବେଳେ   ତାଙ୍କୁ ମାଡ଼ ମାରିବା ସହ ତାଙ୍କର ଦୁଇ ପୁଅଙ୍କୁ ଦଉଡିରେ ବାନ୍ଧି ଘୋଷାଡ଼ି   ହାଣି ଥିଲେ ।ଏ ନେଇ ସୁଲୋଚନା ବଙ୍କେଇ ଫାଣ୍ଡିରେ  ଲିଖିତ ଅଭିଯୋଗ କରିଥିଲେ ।ଫଳରେ ରେ ବୋଲଗଡ  ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।ଅଭିଯୋଗ ଆଧାରରେ  ମଙ୍ଗଳବାର ସକାଳ ୮ଟା  ସମୟରେ ବୋଲଗଡର ତହସିଲଦାର   ମୋନାଲିସା ପଣ୍ଡା, ବଙ୍କେଇ  ଆର. ଆଇ, ଖୋର୍ଦ୍ଧା,ଡ଼ି.ଏସ.ପି, ସତୀଶ ପାଢୀ, ବୋଲଗଡ ଥାନା ଅଧିକାରୀ ଆକ ବର  ଅଲି  ଖାନ ସହ ଏକ ଏପିଆର  ପୋଲିସ ଫୋର୍ସ  ଉକ୍ତ ଜାଗା ରେ ପହଞ୍ଚି  ମାପ ଚୁପ କରି ଉଭୟ ପକ୍ଷକୁ  ଉକ୍ତ ଜାଗାକୁ ନ ଯିବା ପାଇଁ ବାରଣ  କରାଯାଇଛି !ତେବେ ଦଳିତ  ପରିବାରକୁ  କେବେ  ନ୍ୟାୟ  ମିଳୁଛି  ତାହା ଦେଖି ବାକୁ  ବାକି ରହିଲା ।
ରିପୋର୍ଟ -ଶୁଶାନ୍ତ ପ୍ରଧାନ ।

Comments (0)
Add Comment