ଖବରକାଗଜ ହକର ମାନଙ୍କୁ ପିପିଟି ପକ୍ଷରୁ ମାସ୍କ, ସାନିଟାଇଜର, ସାବୁନ ଓ ଛତା ବଣ୍ଟନ।

କବିସୂର୍ଯ୍ଯ ନଗର, ୨୯/୦୬(ପିପିଟି); କରୋନା ମହାମାରୀ ସମୟରେ ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ କରାଯାଉଛି। କବିସୂର୍ଯ୍ଯ ନଗର ଡାକ ବଙ୍ଗଳା ଠାରେ ପିପିଟି ପକ୍ଷରୁ କାର୍ଯ୍ଯରତ ଖବରକାଗଜ ହକର ସଂଘର ସଭାପତି ଲକ୍ଷ୍ମଣ ସେଠୀ, ସମ୍ପାଦକ ରାଜେଶ ପଣ୍ଡା,ନାରାୟଣ ଗୌଡ,ସାଗର ସ୍ବାଇଁ,ଦାୟାନିଧି ବେହେରା,ପ୍ରକାଶ ନାହାକ, କାହ୍ନା ସେଠୀ,ମଙ୍ଗୁଳୁ ସାହୁ,ବିଶୁ ଗୌଡ,ମୁନା ରାଓ, ହାଫିଜ ଖାନ,ଦୁର୍ଗା ମାଧବ ନାୟକ ,ଅଶ୍ବିନୀ ସିଂ,ମଣ୍ଟୁ ଜେନା, ପପୁ ସେଠୀ,ରମେଶଙ୍କୁ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି ମାସ୍କ, ସାନିଟାଇଜର, ସାବୁନ ଓ ଛତା ପ୍ରଦାନ କରିବା ସହିତ ସାମାଜିକ ଦୂରତ୍ବ, ହାତକୁ ବାରମ୍ବାର ଧୋଇବା, ଉଷୁମ ପାଣି ପିଇବା ଓ ସରକାରଙ୍କ ଗାଇଡଲାଇନ ମାନି ଚଳିବା ପାଇଁ ସଚେତନ କରାଯାଇଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ପିପିଟି ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ,ସାମ୍ବାଦିକ ଉମାଚରଣ ପଟ୍ଟନାୟକ, କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଭିନ୍ନକ୍ଷମ ଅମର ଡାକୁଆଙ୍କୁ ମଧ୍ଯ ପିପିଟି ପକ୍ଷରୁ ମାସ୍କ,ସାନିଟାଇଜର, ସାବୁନ ଓ ଛତା ପ୍ରଦାନ କରାଯାଇଥିଲା। ଆଗମୀ ଦିନରେ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ଗାଁରେ ସଚେତନ କାର୍ଯ୍ୟକ୍ରମ କରାଯିବ ବେଲି ପିପିଟି ପକ୍ଷରୁ ସୂଚନା ଦିଆଯାଇଛି।

(ରିପୋର୍ଟ – ଉମାଚରଣ ପଟ୍ଟନାୟକ। )

Comments (0)
Add Comment