ଖଣ୍ଡସିବାଞ୍ଜି ରେ ବନ୍ୟା ପରବର୍ତ୍ତୀ ଦୁରାବସ୍ଥା ତୁରନ୍ତ ରାସ୍ତା ନିର୍ମାଣ ଦାବୀ କଲା ଆପ୍‌ ।

ପଦ୍ମପୁର,୧୭/୦୮(ପିପିଟି); ୧୫ ଅଗଷ୍ଟ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଲାଗି ରହିଥିଲା। ଯାହା ଫଳରେ ପଦ୍ମପୁର ଉପଖଣ୍ଡ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥଲା। ଏହି ବନ୍ୟା ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ୍‌ ର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ଖଣ୍ଡସିବାଞ୍ଜି ଗ୍ରାମରେ ବନ୍ଯା ଥିଲା ଉଗ୍ର ରୂପ ଏବଂ ରଚନା କରିଥଲା ଧ୍ବଂସର ବିଭୀଷିକା। ଏହି ବନ୍ୟାରେ ଚାଷୀ ମାନଙ୍କ ଫସଲ ନଷ୍ଟ ହେବା ସହିତ ଖଣ୍ଡସିବାଞ୍ଜି ରୁ କେର୍ମେଲାବାହାଲ ରାସ୍ତା ଅଧାରୁ ଭାଙ୍ଗି ପଡିଛି। ଖଣ୍ଡସିବାଞ୍ଜି ରୁ ବରିକେଲ ରାସ୍ତା ଭାଙ୍ଗି ପରିବହନ ରେ ବ୍ୟାଘାତ ସୃଷ୍ଟି ହୋଇଛି। ରାସ୍ତା ର ଉନ୍ନତି କରଣ ଏବଂ ଅତ୍ୟାଧୁନିକ ପୋଲ ନିର୍ମାଣ ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଆମ୍‌ ଆଦ୍‌ମୀ ପାର୍ଟି ର ପଦ୍ମପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ପୌଲସ୍ତ୍ଯ ସାହା ମତ ପ୍ରକାଶ କରିଛନ୍ତି। ଅସୁବିଧା ବେଳେ କ୍ଷତି ପୂରଣ ଦେବା ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ସାହା କହିଛନ୍ତି। ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment