କୋଦଳା ର ବିଭିନ୍ନ କାର୍ଯ୍ଯାଳୟରେ ବିଶୋଧନ କଲା ଦମକଳ ବାହିନୀ ।

କୋଦଳା,(ପିପିଟି)୦୯/୦୫, ବର୍ତ୍ତମାନ ଗଞ୍ଜାମ ଜିଲ୍ଳାରେ ମହାମାରୀ କରୋନାର ପ୍ରଭାବ ବୃଦ୍ଧି  ପାଇବା ପରେ ଏନଏସି ଓ ଅଗ୍ନୀଶମ ବିଭାଗ ତତ୍ପର ହୋଇ ଉଠିଛି ।ଏହାକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ ତଥା ସାନିଟେସନ ଏକ୍ସପୋର୍ଟ ଚନ୍ଦ୍ର ମାରାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କୋଦଳା ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିଶମ ଅଧିକାରୀ ସୂର୍ଯ୍ୟୟ କୁମାର ହେମ୍ବ୍ରମଙ୍କ ନେତୃତ୍ବରେ କୋଦଳାର ସ୍ବାସ୍ଥ୍ୟକେନ୍ଦ୍ର , ତହସିଲ , ଥାନା , ଦୁଇ ପେଟ୍ରୋଲ ପମ୍ପ , କଲ୍ୟାଣ ମଣ୍ଡପ ସଙ୍ଗରୋଧ ଗ୍ରୁହ, ସମେତ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ବିଶୋଧନ କାର୍ଯ୍ୟ ସମାପନ କରାଯାଇଥିଲା। ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ସମସ୍ତ ଏନଏସି ଓ ଅଗ୍ନୀଶମ ବିଭାଗ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଥିଲେ ।

Comments (0)
Add Comment