କେହି ବୁଝୁନାହାନ୍ତି ଚାଷୀଙ୍କ ଦୁଃଖ ; କୁଆପଥର ମାଡ଼ରେ ଉଜୁଡିଲା ପରିବାଚାଷ ।

କେହି ବୁଝୁନାହାନ୍ତି ଚାଷୀଙ୍କ ଦୁଃଖ ;କୁଆପଥର ମାଡ଼ରେ ଉଜୁଡିଲା ପରିବାଚାଷ ।
 ରାମନାଗୁଡା,(ପିପିଟି ନ୍ଯୁଜ୍)୨୭/୦୪  –  ରାୟଗଡ଼ା ଜିଲ୍ଲା ରାମନାଗୁଡା କାଳବୈଶାଖୀ ସହ କୁଆପଥର ମାଡ଼ ଚାଷୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି।ଗୋଟିଏ ପଟେ ଲକ୍ ଡାଉନ ଯୋଗୁଁ ବ୍ଲକର  ପରିବାଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାଳବୈଶାଖୀ ପ୍ରଭାବରେ ଲଗାଣବର୍ଷା ସହ କୁଆପଥର ମାଡ଼ ଚାଷୀକୂଳକୁ ଏକପ୍ରକାର ହତାଶ କରିଦେଇଛି। ଲକ୍ଡ଼ାଉନ ପ୍ରଭାବରେ ଚାଷୀମାନଙ୍କୁ କ୍ଷତିଗ୍ରସ୍ତ ହେବାକୁ ଦିଆଯିବନାହିଁ।ଏନେଇ କୃଷି  ମନ୍ତ୍ରୀ ଅରୁଣ ସାହୁ କହିଥିଲେ।ଲକ୍ଡ଼ାଉନ ଚାଷୀଙ୍କ ଅଣ୍ଟାକୁ  ଭାଙ୍ଗି ଦେଇଥିବାବେଳେ ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି।କୁଆପଥର ବର୍ଷାରେ ବ୍ୟାପକ ପରିମାଣରେ ପନିପରିବା ଚାଷୀଙ୍କ ଆରମ୍ଭ ଖରି ଧାନଚାଷୀଙ୍କ ପର୍ଯ୍ୟନ୍ତ କୁଆପଥର ବର୍ଷା ମାଡ଼ରେ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।ଅନ୍ୟପଟେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ  ନକରାଯାଇ ଚାଷୀଙ୍କୁ ପ୍ରତି ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ଅନେକ ଚାଷୀ।ସୂଚନା ଅନୁଯାୟୀ ରାମନାଗୁଡା ବ୍ଲକ ନିକଟସ୍ଥ କୁସୁମପଦର ସମେତ ବିଭିନ୍ନ ଅଞ୍ଚଳରେ ଧାନ ଅମଳ ହୋଇଥିବାବେଳେ କୁଆପଥର ବର୍ଷା ମାଡ଼ରେ  ଫସଲ ହୋଇଥିବା ଧାନ ଝଡି କ୍ଷେତରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି।ସେହିପରି ଏ ସମ୍ପର୍କରେ କୃଷି ବିଭାଗ ଜଣାଇଥିଲେ ମଧ୍ୟ କୈଣସି ଧାନ କ୍ଷତିଗ୍ରସ୍ତ ହୋଇନଥିବା କୃଷି ବିଭାଗ କହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ସେହିଭଳି  ପାରିଖିତି ପଞ୍ଚାୟତ ସହ ଅନ୍ୟ ପଞ୍ଚାୟତ ମଧ୍ୟ ପନିପରିବା ଚାଷୀ ନିଜ କ୍ଷେତରେ କାମନାଗୁଡାର ବାପାନ୍ନା ଗମାଙ୍ଗ, ସୁବାଷ ଗମାଙ୍ଗ, କେଦାର ଗମାଙ୍ଗ ନାଗେଷ ଗମାଙ୍ଗ ଆଦି ଚାଷୀ ବାଇଗଣ ଲଗାଇଥିଲେ ହେଲେ କୁଆପଥର ବର୍ଷାରେ ଅମଳ ବାଇଗଣ ଲକ୍ଡ଼ାଉନ ପାଇଁ ବିକ୍ରି ହୋଇପାରିନଥିବାବେଳେ କ୍ଷେତରେ ଥିବା ବାଇଗଣ,ଟମାଟୋ, କଞ୍ଚା ଲଙ୍କା ଆଦି ବିଭିନ୍ନ ପନିପରିବା କୁଆପଥର  ମାଡ଼ରେ କ୍ଷତିଗ୍ରସ୍ତ ହୋଇଥବା ଚାଷୀ କହିଛନ୍ତି।ସେହିପରି ଅନ୍ୟପଟରେ ଚାଷୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କୃଷି ବିଭାଗ ଦୃରଦୂଷ୍ଟି ଅଭାବରୁ ଚାଷୀକୂଳ କ୍ଷତିଗ୍ରସ୍ତ ହୋଇଛନ୍ତି।ସେହିପରି ଅକ୍ଷୟତୃତୀୟାରେ ଅକ୍ଷମୂଠି ଅନୁକୂଳ ନେଇ ବ୍ଲକ କୃଷି କାର୍ଯ୍ୟଳୟ ପକ୍ଷରୁ କୋୖଣସି ପଦକ୍ଷେପ ନିଆଯାଇନାହିଁ।ଏନେଇ ମଧ୍ୟ କୃଷି କାର୍ଯ୍ୟଳୟ ପକ୍ଷରୁ କୈଣସି ସୂଚନା ମଧ୍ୟ କରାଯାଇନାହିଁ।ସେହିପରି ରବିଧାନ ଅମଳର ସମୟ ହୋଇଥିବା ବେଳେ ଖରିଫ ଧାନଫସଲ ଉର୍ପାଜନ ନେଇ ଚାଷୀମାନେ ଅକ୍ଷମୂଠି ଅନୂକୁଳ କରି ନଥିବା ବେଳେ ଚଳିତବର୍ଷ ଚାଷକାର୍ଯ୍ୟ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି।ସେହିପରି ତାମ୍ପରଗୁଡାଗ୍ରାମର ପନିପରିବା ଭାଗଚାଷୀ ବଳରାମ ବେହେରା  ନିଜ କ୍ଷେତରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ ହେଲେ କୁଆପଥର ବର୍ଷା ସମସ୍ତ ଫସଲକୁ ଉଜାଡିଦେବା ସହ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି।ସେହିପରି ତାମ୍ପରଗୁଡାଗ୍ରାମରେ ଅନ୍ୟ ଏକ ଚାଷୀ ନିଜ କ୍ଷେତରେ ଟମାଟୋ, ବାଇଗଣ, ମକା,ଭେଣ୍ଡି,କଦଳୀ ଆଦି ବିଭିନ୍ନ ପନିପରିବା ଚାଷ କରିଥିଲେ ହେଲେ କାଳବୈଶାଖୀ ତାଣ୍ଡବଲୀଳାରେ ସବୁକିଛି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କହିଛନ୍ତି।ଲକ୍ ଡ଼ାଉନ ପ୍ରଭାବରେ ଆଗଭଳି ପନିପରିବା ସରୁନଥିବାରୁ କୁଆପଥର ବର୍ଷା ସମ୍ପୂର୍ଣ୍ଣ ନଷ୍ଟ କରିଦେବା କାମନାଗୁଡାର ଚାଷୀ ଅଭିଯୋଗ କରିଛନ୍ତି ।ସେହିପରି କୃଷିବିଭାଗ କୈଣସି ଅଧିକାରୀ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ନଥିବା କହିଛନ୍ତି। ସେହିପରି  କାଳବୈଶାଖୀ ତାଣ୍ଡବରେ ସୂର୍ଯ୍ୟମୁଖୀ  ଆଦି ଶସ୍ୟଜାତୀୟ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।ଚାଷୀ ମାନେ ରତୁ ଅନୁସାରେ ବିଭିନ୍ନ ପନିପରିବା ,ଧାନ ସହ ଶସ୍ୟ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ।ସେହିପରି ଉଦ୍ୟାନ ବିଭାଗ ପକ୍ଷରୁ ୬ଏକର ପନିପରିବା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।ଚାଷୀମାନେ ସାହୁକାର କିମ୍ବା ବିଭିନ୍ନ ବ୍ୟାଙ୍କରୁ ରଣ କରି ଚାଷ କରିଥାନ୍ତି । ଅନ୍ୟପଟେ କୃଷି ବିଭାଗ ପକ୍ଷରୁ ଅଞ୍ଚଳରେ କାଳବୈଶାଖୀ କ୍ଷତିଗ୍ରସ୍ତ ହୋଇଥିବା ଫସଲକୁ ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment