କୂପରୁ ମୃତ ଦେହ ଉଦ୍ଧାର ।

କଳାହାଣ୍ଡି,ତା-୨୪/୦୬(ପିପିଟି); କଳାହାଣ୍ଡି  ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପଦ୍ମପୁର ଜଗବନ୍ଧୁ ଶବରଙ୍କ କୂପରେ ଏକ ମୃତ ଶରୀର ଭାସୁଥିବା ଦେଖିବାକୁ ମିଳୁଛି । ମୃତ ବ୍ୟକ୍ତି ହେଉଛି ସେହି ଗ୍ରାମର ପୂର୍ଣ୍ଣ ଶବର ବୟସ ୩୮, ସେ କେଗାଁ ଆସି ବ୍ୟାଙ୍କରୁ ଟଙ୍କା ଉଠଣ କରି ଯାଇ ଥିବା ବେଳେ ସେଠାରୁ ସେ ଘରକୁ ଫେରିଲେ ନାହିଁ । ଘର ଲୋକେ ବହୁତ ଖୋଜା ଖୋଜି କଲେ ହେଲେ ପାଇଲେ ନାହିଁ ଗତକାଲି  ଜଗବନ୍ଧୁ ଶବରଙ୍କ କୂପ ଭିତରେ ମୃତ ଶବ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ  ଖବର ଦେଲେ ପୋଲିସ ପହଁଚିଲା ବେଳକୁ ସନ୍ଧ୍ୟା ଛଅ ଟା ହୋଇଯାଇଥିଲା କୂପ ଭିତରୁ ଶବ ଉଦ୍ଧାର କରି ନ ପାରି ଫେରି ଆସିଥିଲେ । ଆଜି ସଖାଳୁ କେଗାଁ ଥାନା ଅଧିକାରୀ ଗୁଣନିଧି ସାହୁ ଅଗ୍ନିଶମ ବାହିନୀ ଓ ସନ୍ଧାନୀ କୁକୁର ଆଶ୍ରୟ ନେଇ ଘଟଣା ସ୍ଥଳକୁ ଯାଇ କୂପ ଭିତରୁ ମୃତ ଶରୀର ଉଦ୍ଧାର କରିଥିଲେ । ମୃତଙ୍କ ଶରୀରେ କ୍ଷତ ଚିହ୍ନ ଓ ଆଖିରେ ପତାରେ ରକ୍ତ ବର୍ଣ ଦେଖିବାକୁ ମିଳୁଥିଲା । ଶବଟିକୁ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତର ଖାନା ପଠାଯାଇଥିବା ଜଣାପଡିଛି । ଏହା ଏକ ହତ୍ୟା ମାମଲା ବୋଲି ମୃତଙ୍କ ସ୍ତ୍ରୀ ଓ ପୁଅ  ମିଡ଼ିଆ ସମ୍ମୁଖରେ ମତାମତ ଦେଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଥିବାରୁ ଗାଁ ଲୋକେ ହତ୍ୟା ବୋଲି ସନ୍ଧେହ କରୁଛନ୍ତି ।
ରିପୋର୍ଟ – ବବୁଲୁ ସାହୁ ।

Comments (0)
Add Comment