କୁର୍ମୀ କ୍ଷତ୍ରୀୟ ସମାଜ ତରଫରୁ କୁଳ ପୁରୋହିତଙ୍କୁ ଖଡୁ ପ୍ରଦାନ ।

ଶେରଗଡ,ତା- ୧୯/୦୬(ପିପିଟି); ଶେରଗଡ ବ୍ଳକ ଅନ୍ତର୍ଗତ ଧବଳପୁର ଗ୍ରାମପଞ୍ଚାୟତର କୁର୍ମୀ କ୍ଷତ୍ରୀୟ ସମାଜ ତରଫରୁ ଗ୍ରାମର କୁଳ ପୁରୋହିତଙ୍କୁ ଖଡୁ ପ୍ରଦାନ କରିଥିଲେ । ସୂଚନା ଥାଉକି କୁର୍ମୀ ସମାଜର କୋଠ ଘର ପ୍ରତିଷ୍ଠା ଦିବସରେ କୁର୍ମୀ ସମାଜର କାର୍ଯ୍ୟକର୍ତ୍ତା ମାନେ ପୁରୋହିତଙ୍କୁ ଦୁଇତୋଳାର ଖଡୁ ପ୍ରଦାନ କରିବୁ ବୋଲି କହିଥିଲେ ।ଆଜି ଖଡୁ ପ୍ରଦାନ କରିବା ସଙ୍ଗେସଙ୍ଗେ ବାଜବାଜଣା କରି ଦୂରତା ରକ୍ଷା କରି ଗ୍ରାମ ପରିକ୍ରମା କରାଇଥିଲେ ଓ ପୁରୋହିତଙ୍କ ଗ୍ରାମରେ ନେଇ ଛାଡିଥିଲେ । ସେଠାରେ ବିଶିଷ୍ଟ ସ୍ତମ୍ବକାର ହୟଗ୍ରୀବ ତ୍ରିପାଠୀ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରଧାନ,ବରିଷ୍ଠ କଳାକାର ଲଡୁ ପ୍ରଧାନ, ମୋଚିରାମ ଅଧିକାରୀ, ନୀଳଶେଖର ପ୍ରଧାନ ଲଡୁକିଶୋର ପ୍ରଧାନ ଓ ପ୍ରହଲ୍ଲାଦ ନାଟକର ରାଜା ସନ୍ତୋଷ ରଣା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment